ଖାପ୍ ପଞ୍ଚାୟତର ଐତିହାସିକ ନିଷ୍ପତ୍ତି! କନ୍ୟାଭ୍ରୁଣ,ଧର୍ଷଣ ତଥା ଯୌତୁକ ଦାବି ଭଳି କୁକର୍ମ କଲେ ମିଳିବ ସାମାଜିକ ବାଚ୍ଛନ୍ଦର ଦଣ୍ଡ ।

35

ହରିୟାଣାର ମହାପଞ୍ଚାୟତ କୁହାଯାଉଥିବା ଖାପ୍ ପଞ୍ଚାୟତ କନ୍ୟା ଭ୍ରୁଣ ହତ୍ୟା ରୋକିବାକୁ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି । କେବଳ କନ୍ୟାଭ୍ରୁଣ ହତ୍ୟା ନୁହଁ ଧର୍ଷଣ,ଯୌତୁକ ଦାବିକୁ ନେଇ ମଧ୍ୟ ସାମାଜିକ ବହିଷ୍କାର ଭଳି ପଦକ୍ଷେପ ନେବାକୁ ହରିୟାଣା ଖାପ୍ ପଞ୍ଚାୟତ ତରଫରୁ କୁହାଯାଇଛି । ସାର୍ବଜନୀନ ସ୍ଥାନରେ ଡିଜେ ବଜାଇଲେ ଉକ୍ତ ଡିଜେବାଲାକୁ ୧୫,୦୦୦ ଟଙ୍କା ଜୋରିମାନା ଦେବାକୁ କୁହାଯାଇଥିବା ବେଳେ ଆଉ କେତେକ ଉଚିତ୍ ପଦକ୍ଷେପ ଉପରେ ମଧ୍ୟ ମହାପଞ୍ଚାୟତ ସ୍ଥାନୀୟ ବାସିନ୍ଦାଙ୍କୁ କହିଛି । ଯେଭଳି ଜନ୍ମଦିବସ କିମ୍ବା ବିବାହ ବାର୍ଷିକୀ ଅନୁଷ୍ଠିତ ହେଲେ ଗୋଟିଏ ଗଛ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି । ଏହି ମହାପଞ୍ଚାୟତ ହରିୟାଣାର ଝୁନଝୁନ୍ ନାମକ ଏକ ଗ୍ରାମରେ ବସିଥିଲା । ଯେଉଁଠି ସମାଜ ହିତକର ବଡ ବଡ ପଦକ୍ଷେପ ନେବାକୁ କୁହାଯାଇଥିଲା । ବୈଠଳର ଅଧ୍ୟକ୍ଷତା ଖାପ୍ ପଞ୍ଚାୟତର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜମଲ୍ କାଜଲ୍ କରୁଥିଲେ । ସେ ମୃତ୍ୟୁ ଭୋଜନ ଏବଂ ମଦ୍ୟପାନ କରିବା ଉପରେ ମଧ୍ୟ ରୋକ୍ ଲଗାଇଥିଲେ । ଏହି ନିୟମକୁ ବେଖାତିର କଲେ ସାମାଜିକ ବାଚ୍ଛନ୍ଦ ହେବାର ନିଷ୍ପତ୍ତି ମଧ୍ୟ ନିଆଗଲା ।  ମହାପଞ୍ଚାୟତରେ ଅଧ୍ୟକ୍ଷ ରାଜମଲ୍ କାଜଲଙ୍କ ସହ ରାଷ୍ଟ୍ରୀୟ ସଂରକ୍ଷକ ଧର୍ମବୀର କାଜଲା,ମହାସଚିବ ସନ୍ଦିପ୍ କାଜଲା,ଡ. ଆର୍.କେ. କାଜଲା ଆଦି ଅନେକ ଯୋଗ ଦେଇ ଏହି ଐତିହାସିକ ନିଷ୍ପତ୍ତିରେ ନିଜ ଯୋଗଦାନ ଦେଇଥିଲେ ।