ଟ୍ରାକ୍ଟରରେ ବସି ସଂସଦ ଗଲେ ସାଂସଦ ! ହେଲେ ଗେଟ ପାଖରୁ ଅଟକାଇଦେଲେ ସୁରକ୍ଷାକର୍ମୀ, ଜାଣନ୍ତୁ କାହିଁକି ?

71

ଶୁକ୍ରବାର ଠାରୁ ଆରମ୍ଭ ହୋଇଛି ସଂସଦର ଶୀତକାଳୀନ ଅଧିବେଶନ । ଚଳିତ ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ ପାରିତ ହେବା ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଛି । ତେବେ ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ସଂସଦ ପରିସରରେ ଭିନ୍ନ ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଶୀତ ଅଧିବେଶନର ପ୍ରଥମ ଦିନରେ ଅନ୍ୟ ସାଂସଦ ନିଜ ଗାଡିରେ ଆସିଥିବା ବେଳେ ସଂସଦକୁ ହିସାର ସାଂସଦ ଦୁଷ୍ମନ୍ତ ଚୌଟାଲା ଭିନ୍ନ ଏକ ଷ୍ଟାଇଲରେ ଏଣ୍ଟ୍ରି ମାରିଥିଲେ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

tractor-02_121517032115ଶୁକ୍ରବାର ଆରମ୍ଭ ହୋଇଥିଲା ସଂସଦର ଶୀତକାଳୀନ ଅଧିବେଶନ । ତେବେ ଏକ ନୂଆ ଅନ୍ଦାଜରେ ସଂସଦ ଭିତରକୁ ପ୍ରବେଶ କରିଥିଲେ ହିସାର ସାଂସଦ ଦୁଷ୍ମନ୍ତ ଚୌଟାଲା । ଅଧିବେଶନରେ ଯୋଗ ଦେବା ପାଇଁ ଏକ ଟ୍ରାକ୍ଟର ଧରି ସଂସଦ ଅଭିମୁଖେ ବାହାରିଥିଲେ ଦୁଷ୍ମନ୍ତ । ତେବେ ସଂସଦ ପରିସର ଭିତରେ ପହଞ୍ଚିବା ପୂର୍ବରୁ ଟ୍ରାକ୍ଟରରେ ଆସୁଥିବା ଦୁଷ୍କନ୍ତଙ୍କୁ ଅଟକାଇଥିଲେ ସୁରକ୍ଷାକର୍ମୀ । ତେବେ ଟ୍ରାକ୍ଟର ନେଇ ସଂସଦକୁ ଆସିବା ପଛର କାରଣ ଜାଣିଲେ ଆଶ୍ଚଯ୍ୟ ହେବେ ।

ଦୁଷ୍କନ୍ତଙ୍କ କହିବା ଅନୁଯାୟୀ, ବିରୋଧ କରିବାର ଏହା ଏକ ନୂଆ ତରିକା । କାରଣ ମୋଦି ସରକାର କିଛି ଦିନ ପୂର୍ବେ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଯେଉଁଥିରେ ଟ୍ରାକ୍ଟରକୁ ନନ ଟ୍ରାନ୍ସପୋର୍ଟ ଶ୍ରେଣୀରୁ ହଟାଇ ବ୍ୟବସାୟିକ ବାହନ ଶ୍ରେଣୀରେ ଅର୍ନ୍ତଭୁକ୍ତ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲା । ଯାହା କୃଷକଙ୍କ ସ୍ୱାର୍ଥ ବିରୋଧୀ ଥିଲା । ଏପରିକି ରାସ୍ତା ଉପରେ ଟ୍ରାକ୍ଟର ଚଳାଇବା ଦ୍ୱାରା ଟୋଲ ଟ୍ୟାକ୍ସ ମଧ୍ୟ ଦେବାକୁ ପଡୁଥିଲା । ତେଣୁ କୃଷକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଦୀର୍ଘ ଦିନ ହେଲା ଟ୍ରାକ୍ଟରକୁ ବ୍ୟବସାୟିକ ଯାନ ଭାବେ ଘୋଷଣା ନ କରିବାକୁ ବାରମ୍ବାର ବିରୋଧ କରି ଆସୁଛନ୍ତି । ଟ୍ରାକ୍ଟରକୁ ବ୍ୟବସାୟିକ ଯାନ ଭାବେ ଘୋଷଣା କରିବା ଦ୍ୱାରା ପଞ୍ଜୀକରଣ, ପ୍ରଦୂଷଣ ଓ ବ୍ୟବସାୟିକ ବାହନ ପାଇଁ ଉଦ୍ଦିଷ୍ଟ ଥିବା ନିୟମ ଟ୍ରାକ୍ଟର କ୍ଷେତ୍ରରେ ମଧ୍ୟ ଅର୍ନ୍ତଭୁକ୍ତ କରାଯିବ । ଯାହାଫଳରେ ଟ୍ରାକ୍ଟରର ଦାମରେ ମଧ୍ୟ ବୃଦ୍ଧି ଘଟିବ ।

dushyant-chautala-xl_121517122719ତେଣୁ ଏସବୁକୁ ଦୃଷ୍ଟିରେ ରଖି ଦୁଷ୍ମନ୍ତ ସରକାରଙ୍କ ଏହି ନୂଆ ନିୟମକୁ ନେଇ ବାରମ୍ବାର ବିରୋଧ କରି ଆସୁଛନ୍ତି । ସରକାରଙ୍କ ନିୟମ ଅନୁଯାୟୀ ଟ୍ରାକ୍ଟରକୁ ଯେହେତୁ ବ୍ୟବସାୟିକ ଶ୍ରେଣୀରେ ଅର୍ନ୍ତଭୁକ୍ତ କରାଯାଇଛି ତେଣୁ ସଂସଦ ପରିସରକୁ ମଧ୍ୟ ଟ୍ରାକ୍ଟର ଆଣିବାରେ ଅସୁବିଧା କେଉଁଠି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଏହି ବିଜ୍ଞପ୍ତିକୁ ନେଇ ସେ ବିଭାଗୀୟ ମନ୍ତ୍ରୀ ନିତୀନ ଗଡକରୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ଖୁବଶୀଘ୍ର ଏହି ବିଜ୍ଞପ୍ତିକୁ ପ୍ରତ୍ୟାହାର କରି ନିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ତାଙ୍କୁ ଆଶ୍ୱାସନା ଦେଇଛନ୍ତି ବୋଲି ଦୁଷ୍ମନ୍ତ କହିଛନ୍ତି । କୃଷକଙ୍କ ସମସ୍ୟା ପ୍ରତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସେ ଟ୍ରାକ୍ଟର ଚଳାଇ ସଂସଦରେ ପହଞ୍ଚଥିବା କହିଛନ୍ତି । ତେବେ ଦୁଷ୍ମନ୍ତଙ୍କ ଏହି ନିଆରା ପ୍ରୟାସ କୃଷକଙ୍କ ସମସ୍ୟା ଦୂର କରୁଛି କି ନାହିଁ ତାହା ଉପରେ ଏବେ ସମସ୍ତଙ୍କ ନଜର ।