ବୀର ଯବାନଙ୍କ ଗାଁ, ଯେଉଁଠି ଦେଶ ପାଇଁ ହସିହସି ଜୀବନ ଦେବା ପାଇଁ ପ୍ରସ୍ତୁତ ସମସ୍ତ ଯୁବକ  

43

ପ୍ରତିଦିନ ସୀମାରେ ଅନେକ ବୀର ଯବାନ ସହୀଦ ହେଉଛନ୍ତି । ଦେଶ ପାଇଁ ଜାତି ପାଇଁ ହସି ହସି ଜୀବନ ଦେଉଛନ୍ତି । ତାଙ୍କ ତ୍ୟାଗ ତ୍ୟାଗ ଆଗରେ ସବୁକିଛି ଛାର । ଆମ ପାଇଁ ହୁଏତ ଯବାନଟିଏ ସାହସୀ, ତ୍ୟାଗୀ ଓ ବୀର ହୋଇଥାନ୍ତି। ମାତ୍ର ପରିବାର ଲୋକଙ୍କ ପାଇଁ ସେ କାହାର ପୁଅ, କାହାର ସ୍ୱାମୀ ତ କାହାର ପିତା। ଭାରତୀୟ ସେନା ଦେଶର ଗର୍ବ । ସେମାନେ ସୁରକ୍ଷିତ ଭାବେ ଘରକୁ ଫେରନ୍ତୁ ଏହା ହିଁ ସବୁ ଯବାନଙ୍କ ପରିବାର ବର୍ଗଙ୍କ କାମନା ହୋଇଥାଏ।

ଦେଶପ୍ରେମ ଆଗରେ ମୃତ୍ୟୁର ଡର ବୋଲି କିଛି ନଥାଏ । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଭାରତ ବର୍ଷରେ ଏମିତି ଏକ ଗାଁ ଅଛି ,ଯେଉଁଠି ସେନାରେ ଭର୍ତ୍ତି ହେବା ପାଇଁ, ଦେଶ ପାଇଁ ଜୀବନ ଦେବା ପାଇଁ ସବୁବେଳେ ଯୁବକମାନେ ପ୍ରସ୍ତୁତ ଥାଆନ୍ତି । ହରିୟାଣାର ହିସାଲ ଜିଲ୍ଲାରେ ସୌଥା ଗାଁର ମାଟିରେ କିଛି ଖାସି ମହକ ଅଛି । ଏଠାରେ ଯୁବକମାନଙ୍କ ଦେଶପ୍ରେମ ଦେଖିଲେ ଯେକେହି ଆଶ୍ଚର୍ଯ୍ୟ ହେବ । ଆଜି ଏହି ଗାଁ ବର ଯବାନଙ୍କ ଗାଁ ନାମରେ ପରିଚିତ । ଚାରି ବର୍ଷ ପୂର୍ବରୁ କିନ୍ତୁ ଗାଁର ସ୍ଥିତି ଏପରି ନଥିଲା । ସାଦାରଣ ଗାଁ ପରି ଥିଲା ସୌଥା । ଗାଁ । ଆଉ ପାଖାପାଖି ୧୨ ଜଣ ଯୁବକ ସେନାରେ ଭର୍ତ୍ତି ହୋଇଥିିଲେ ।

ଉକ୍ତ ଯବାନଙ୍କ ପ୍ରଚେଷ୍ଟାରେ ଆଜି ସୌଥା ଗାଁକୁ ବୀର ଯବାନଙ୍କ ଗାଁ କୁହାଯାଉଛି । ନିଜ ପ୍ରଚେଷ୍ଟାରେ ସେମାନ ଏକ ସାଧାରଣ ଗାଁକୁ ବୀର ଯବାନଙ୍କ ଗାଁରେ ପରିଣତ କରିଦେଇଛନ୍ତିି । ଛୁଟିରେ ଆସିଲେ ସେମାନେ ଯୁବକଙ୍କୁ ପ୍ରଶିକ୍ଷଣ ଦିଅନ୍ତି । ଏହାର ପରିଣାମ ସ୍ୱରୂୁପ ଆଜି ୫୦ ରୁ ଅଧିକ ଯୁବକ ସେନାରେ ଭର୍ତ୍ତି ହୋଇସାରିଛନ୍ତି ।

ସୂଚନା ଅନୁସାରେ ସେନାରେ ଭର୍ତ୍ତି ହୋଇଥିବା ଯୁବକମାନଙ୍କ ଚେଷ୍ଟାରେ ହିଁ ଏସବୁ ସମ୍ଭବ ହୋଇପାରୁଛି । ଜଣଙ୍କ ଛୁଟି ସରିଲେ ଆଉ ଜଣେ ଛୁଟି ନେଇ ପ୍ରଶିକ୍ଷଣ ଦେବା ପାଇଁ ଚାଲିଆସନ୍ତି । ତାଙ୍କ ଚେଷ୍ଟା ଓ ପରିଶ୍ରମ ଦେଖି ପଂଚାୟତ ମଧ୍ୟ ସାହାଯ୍ୟର ହାତ ବଢ଼ାଇଛି । ଛଅ ଏକର ଜାଗା ନେଇ ଅଭ୍ୟାସସ୍ଥଳ ତିଆରି କରାଯାଇଛି । ଏହା ବ୍ୟତୀତ ଆଧୁନିକ ଟ୍ରେନିଂ ସେଂଟର ତିଆରି କରିଥିଲେ । ତେବେ ସେମାନଙ୍କ ଏତେ କଷ୍ଟ ବେକାର ଯାଇନଥିଲା । ଶେଷର ଯୁବକମାନେ ସେନାରେ ଭର୍ତ୍ତି ହେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ଆଜି ସେମାନେଙ୍କ ଗାଁ ବୀର ପୁତ୍ର ତଥା ବୀର ପୁତ୍ରଙ୍କ ଗାଁ ନାମରେ ପରିଚିତ ।