ସନ୍ନିଙ୍କ ଶନିଦଶା ! କଣ୍ଡୋମ ବିଜ୍ଞାପନକୁ ପୁଣି ବିରୋଧ । ଗୁଜରାଟ ପରେ କର୍ଣ୍ଣାଟକ ।

102

ସନ୍ନି ଲିଓନି ବଲିଉଡରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ଜଣେ ସାହସୀ ଅଭିନେତ୍ରୀ ଭାବରେ ଅଭିନୟ କରି ଘରେ ଘରେ ପରିଚିତ ହୋଇପାରିଛନ୍ତି ଏବଂ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ନେଇଛନ୍ତି । ନୂଆବର୍ଷ ପାଇଁ ଏକ କାର୍ଯ୍ୟକ୍ରମରେ ତାଙ୍କ ଉପସ୍ଥିତିକୁ ନେଇ ବେଙ୍ଗାଲୁରୁରେ ବିଭିନ୍ନ ସଂଗଠନ ବିରୋଧ କରିଛନ୍ତି ।

ବଲିଉଡ ଅଭିନେତ୍ରୀ ସନି ଲିଓନି ମୟାନ ଟେକ ପାର୍କରେ ଷ୍ଟେଜ ସୋ କରିଥାନ୍ତେ । ସେଠାରେ କର୍ଣ୍ଣାଟକ ରକ୍ଷଣାବେଦିକ ୟୁବ ସେନାର ସଦସ୍ୟମାନଙ୍କ ଦ୍ୱାରା ବିରୋଧ ପ୍ରଦର୍ଶନ କରାଯାଇଛି । ବିକ୍ଷୋଭକାରୀମାନେ ପୋଷ୍ଟରକୁ ଜଳାଇବା ସହ କର୍ଣ୍ଣାଟକ ସଂସ୍କୃତି ନଷ୍ଟ କରିବାକୁ ଚେଷ୍ଟା କରୁଥିବାରୁ ମଧ୍ୟ ନିନ୍ଦା କରିଥିଲେ । ଯଦି ତାଙ୍କୁ ଷ୍ଟେଜ ସୋ କରିବାକୁ ଅନୁମତି ଦିଆଯାଇଥାନ୍ତା ତେବେ ସମସ୍ତେ ସାମୂହିତ ଭାବେ ଆତ୍ମହତ୍ୟା କରିଥାନ୍ତେ ବୋଲି ଧମକ ଦେଇଥିଲେ ।

ରାଜ୍ୟ ଅଧ୍ୟକ୍ଷ ହରିଶ,କେଆରବି ୟୁବା ସେନା ମଧ୍ୟ କହିଥିଲେଯେ ଯଦି ସନ୍ନି ଶାଢୀ ପିନ୍ଧି ପରଫର୍ମ କରିବେ ତେବେ ସେମାନଙ୍କୁ ସେଥିରେ କୌଣସି ଆପତ୍ତି ନାହିଁ । ସେଠାରେ ଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଥିଲେ ସେମାନେ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି । ତେବେ ଗୃହମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ ସନ୍ନିଙ୍କୁ ମଂଚରେ ପରଫର୍ମ କରିବାକୁ ଅନୁମତି ଦିଆନଯିବା ଦରକାର ।

ଜଣେ କଣ୍ଡମ ନିର୍ମାତାଙ୍କର ବ୍ରାଣ୍ଡ ଆମ୍ବାସାଡର ହେଉଛନ୍ତି ସନ୍ନି । ଗୁଜୁରାଟରେ ନବରାତ୍ରୀ ଥିମରେ ନିର୍ମିତ କଣ୍ଡୋମ ବିଜ୍ଞାପନକୁ ନେଇ ତୁମ୍ବିତୋଫାନ ସୃଷ୍ଟି ହୋଇଛି । ସେପ୍ଟେମ୍ବର ୧୯, ମଙ୍ଗଳବାର ନବରାତ୍ରୀ ଉତ୍ସବ ପୂର୍ବରୁ କଣ୍ଡୋମ ବ୍ୟବହାରକୁ ପ୍ରୋତ୍ସାହନ ଦେଉଥିବା ପୂର୍ବ ବୟସ୍କ ଅଭିନେତାଙ୍କ ବିରୁଦ୍ଧରେ ମଧ୍ୟ ପ୍ରତିବାଦ ସୃଷ୍ଟି ହେବାପରେ ଲୋକ ଡର୍ଜନ ଡର୍ଜନ ବିଲବୋର୍ଡ ଫିଙ୍ଗିଥିଲେ । ବିବାଦ ବଢିବାରୁ ସ୍ଥାନୀୟ ଅଧିକାରୀ ବିଜ୍ଞାପନକୁ ହଟାଇ ଦେଇଥିଲେ । ତେବେ ଅଖିଳ ଭାରତୀୟ ଯୁବ ସଂଘ ଏହି ବିବାଦକୁ ନେଇ ନିର୍ମାତାଙ୍କ ନାମରେ ଲିଖିତ ଭାବରେ ଆରୋପ ଲଗାଇଛନ୍ତି ।

“ଆଉଟ ଅଫ ଚଏସ ଆଂଡ ନଟ ବଏ ଫୋର୍ସ”ନାମକ ଏକ ଯୌନମନୋରଂଜନଧର୍ମୀ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ସେ ଅଶ୍ଳୀଳ ସିନେମା କରିବା ପୂର୍ବରୁ ପେଂଟ ହାଉସରେ ଏକ ମଡେଲ ଭାବରେ କାମ କରିବା ଆରମ୍ଭ କରିଥିଲେ ଏବଂ ଖୁବ କମଦିନରେ ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ ହୋଇଗଲେ । ସେ ୪୨ଟି ଯୌନଉଦ୍ଦୀପକ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ୪୧ଟି ଫିଲ୍ମରେ ନିଜେ ଅଭିନୟ କରିଥିଲେ । ବଲିଉଡରେ ପ୍ରସିଦ୍ଧି ପାଇଁ ଟିଭି ରିଅଲିଟି ସୋ ‘ବିଗବସ’ ତାଙ୍କୁ ଖୁବ ସାହାଯ୍ୟ କରିଥିଲା ଫଳରେ ସେ ସିନେମା ଜିସ୍ମ-୨ରେ ଅଭିନୟ କରିବାର ସୁଯୋଗ ପାଇଥିଲେ ।