ହୀରାକୁଦର ଗେଟ ଖୋଲିଲା : ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସିତ

22

କନକ ବ୍ୟୁରୋ : ଆଜି ହୀରାକଦୁର ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଛଡାଯାଇଛି । ପ୍ରଥମେ ୭ ନମ୍ବର ସୁଇସ୍ ଗେଟ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି । ତେବେ ପର୍ଯ୍ୟାୟକ୍ରମେ ୧୦ଟି ଗେଟ୍ ଖୋଲାଯିବ । ବନ୍ୟା ଜଳ ନିଷ୍କାସନ କରାଯିବ ବୋଲି ଜଳ ସଂପଦ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଉପରମୁଣ୍ଡାରେ ବର୍ଷା ଯୋଗୁଁ ଜଳସ୍ତର ଧୀରେ ଧୀରେ ବଢୁଛି । ବନ୍ୟାକୁ ଦୃଷ୍ଟିରେ ରଖି ସମ୍ବଲପୁର, ବରଗଡ, ସୁବର୍ଣ୍ଣପୁର, ଅନୁଗୁଳ, ବୌଦ୍ଧ, ନୟାଗଡ, କଟକ, ଫୁଲବାଣୀ, ଖୋର୍ଦ୍ଧା, କେନ୍ଦ୍ରାପଡା ଓ ପୁରୀ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।