ସମ୍ବଲପୁରବାସୀଙ୍କୁ ମିଳିବ ସଜ ମାଛ ! ଖୋଲିଲା ହୀରାକୁଦ ଫ୍ରେସ୍, ମତ୍ସ୍ୟ ବିଭାଗ ତରଫରୁ ଖୋଲିଲା ଦୋକାନ ।

6

କନକ ବ୍ୟୁରୋ : ମତ୍ସ୍ୟ ବିଭାଗ ଓ ପ୍ରାଣୀ ବିଭାଗ ତରଫରୁ ସମ୍ବଲପୁର ଜିଲ୍ଲାରେ ପ୍ରଥମ କରି ହୀରାକୁଦ୍ ଫ୍ରେସ୍ ନାଁରେ ଖୋଲାଯାଇଛି ଏକ ଦୋକାନ । ଯେଉଁଠି ସମ୍ବଲପୁରବାସିନ୍ଦା ଏଣିକି ଭଲ ମାଛ ପାଇବେ । ଏଠାରେ ହୀରାକୁଦର ସଜ ମାଛ ମିଳିବା ସହିତ ଚିଲିକାର ମାଛ ମଧ୍ୟ ମିଳୁଛି ।

ଏଣିକି ସମ୍ବଲପୁରବାସୀଙ୍କୁ ମିଳିବ ଫ୍ରେସ୍ ମାଛ । ହୀରାକୁଦର ସଜ ମାଛ ସହ ଚିଲିକାର ମାଛ ମଧ୍ୟ ମିଳିବ ସମ୍ବଲପୁରରେ । ଜିଲ୍ଲାର ବିଭିନ୍ନ ସ୍ଥାନରେ ମହାନଦୀର ମାଛ ମିଳିଥାଏ । ମାତ୍ର ଖାଉଟିଙ୍କୁ ସଜମାଛ ଯୋଗାଇଦେବା ପାଇଁ ଏଭଳି ଏକ ପଦକ୍ଷେପ ନେଇଛି ସମ୍ବଲପୁର ମତ୍ସ୍ୟ ଓ ପ୍ରାଣୀ ବିଭାଗ । ସମ୍ବଲପୁର ମତ୍ସ୍ୟ ବିଭାଗ ଅଫିସ ପରିସର ମଧ୍ୟରେ ଆରମ୍ଭ ହୋଇଛି ହୀରାକୁଦ ଫ୍ରେସ୍ ନାମକ ଏକ ଦୋକାନ ।

ମତ୍ସ୍ୟ ବିଭାଗର ଏହି ଦୋକାନରେ କିଛି ଭିନ୍ନ ଢଙ୍ଗରେ ମାଛ ବିକ୍ରି କରାଯାଇଥାଏ । ଆକ୍ୱାରିୟମରେ ଥିବା ଜୀଅନ୍ତା ମାଛକୁ ଓଜନ କରି ଖାଉଟିଙ୍କୁ ବିକ୍ରି କରାଯାଏ । ବିଭିନ୍ନ ପ୍ରଜାତିର ମାଛ ଯେମିତିକି ମେଞ୍ଜିଆ, ଖଏଙ୍ଗା ମାଛ ସହ ଚିଙ୍ଗୁଡି ମଧ୍ୟ ବିକ୍ରି ହୋଇଥାଏ । ଏଠାରେ କେବଳ ମାଛ ନୁହଁ ବରଂ ଅଣ୍ଡା ମଧ୍ୟ ବିକ୍ରି କରାଯାଏ । ବାହାରେ ମିଳୁଥିବା ମାଛ ଅପେକ୍ଷା ଏହି ସରକାରୀ ଦୋକାନରେ ମିଳୁଥିବା ମାଛ ଅଧିକ ସତେଜ ରହୁଥିବାରୁ ଖାଉଟି ମଧ୍ୟ ମତ୍ସ୍ୟ ବିଭାଗର ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ।

Comments are closed.