ହୀରାକୁଦରୁ ୨୦ଟି ଗେଟ ଦେଇ ଛଡାଯାଉଛି ବନ୍ୟାଜଳ : ତଥାପି ବନ୍ୟା ଆଶଙ୍କା ନାହିଁ । ଆଜି ସନ୍ଧ୍ୟାସୁଦ୍ଧା ମୁଣ୍ଡଳିରେ ପହଞ୍ଚିବ ବନ୍ୟାଜଳ!

58

କନକ ବ୍ୟୁରୋ : ଗତ କିଛିଦିନ ହେବ ସାରା ରାଜ୍ୟରେ ପ୍ରବଳ ବର୍ଷା ଲାଗିରହିଛି । ତେଣୁ ରାଜ୍ୟରେ ପ୍ରବାହିତ ହେଉଥିବା ସମସ୍ତ ନଦୀର ଜଳସ୍ତର ବଢିବାରେ ଲାଗିଛି । ତେବେ ହୀରାକୁଦର ଉପରମୁଣ୍ଡରେ ପ୍ରବଳ ବର୍ଷା ଲାଗିରହିଛି । ତେଣୁ ହୀରାକୁଦର ଜଳସ୍ତର ବଢିବାରେ ଲାଗିଛି । ଏପଟେ ଛତିଶଗଡର କଲମା ବ୍ୟାରେଜର ୬୬ ଗେଟ ଖୋଲାଥିବାରୁ ହୀରାକୁଦର ଜଳସ୍ତର ବଢିବାରେ ଲାଗିଛି । ତେବେ ମଙ୍ଗଳବାର ଦିନ ପାରମ୍ପରିକ ନୀତି ଅନୁସାରେ ପୂଜାର୍ଚ୍ଚନା ସରିବା ପରେ ପ୍ରଥମେ ୭ ନଂ ଗେଟ ଦେଇ ବନ୍ୟାଜଳ ମହାନହୀକୁ ଛଡା ଯାଇଥିଲା । ହୀରାକୁଦରୁ ଛଡାଯାଇଥିବା ବନ୍ୟାଜଳ ବୁଧବାର ମୁଣ୍ଡଳିଠାରେ ପହଞ୍ଚିବ ବୋଲି ଜଣାପଡିଛି । ବୁଧବାର ରାତି ସୁଦ୍ଧା ଏହିବନ୍ୟା ଜଳ କଟକର ମୁଣ୍ଡଳିଠାରେ ପହଞ୍ଚି ଯିବ ବୋଲି ମୁଖ୍ୟଯନ୍ତ୍ରୀ ଇଞ୍ଜିନିୟର ଜ୍ୟୋତିମୟ ରଥ ସୂଚନା ଦେଇଛନ୍ତି ।

ବର୍ତ୍ତମାନ ସମୟରେ ୨୦ ଟି ଗେଟ ଦେଇ ବନ୍ୟାଜଳ ଡ୍ୟାମରୁ ନିଷ୍କାସନ କରାଯାଉଛି । ଏହାସହ ହୀରାକୁଦ ସହର ପାଶ୍ୱର୍ରେ ୧୫ଟି ଗେଟରେ ଓ ବୁର୍ଲା ସହର ପାଶ୍ୱର୍ରେ ୫ ଟି ଗେଟର ସୁଇଟ ଗେଟ ଖୋଲାଯାଇଛି । ଜଳଭଣ୍ଡାରକୁ ଯେତିକି ପରିମାଣରେ ପାଣି ପ୍ରବେଶ କରୁଛୁ ତାହାକୁ ଧ୍ୟାନର ସହ ରଖି ଜଳ ନିଷ୍କାସନ କରାଯାଉଛି ବୋଲି ହୀରାକୁଦର ଯନ୍ତ୍ରୀ ସୂଚନା ଦେଇଛନ୍ତି । ବର୍ତ୍ତମାନ ସମୟରେ ୬୧୬ ଫୁଟ ରହିଛି । ତେବେ ୬୦୯ ଫୁଟ ପର୍ଯ୍ୟନ୍ତ ଜଳସ୍ତର କମାଯିବ ବୋଲି ସେଠାକାର ଅଧିକାରୀମାନେ କହିଛନ୍ତି । ତେବେ ବର୍ତ୍ତମାନ ସମୟରେ ଉପର ମୁଣ୍ଡରେ ବର୍ଷା କମିଥିଲେ ମଧ୍ୟ ଗେଟ ଖୋଲାରହିବ । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୩ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସନ ହେଉଥିବା ବେଳେ ପ୍ରତି ସେକେଣ୍ଡରେ ୧୨ ହଜାର କ୍ୟୁକେସ ଜଳ ପ୍ରବେଶ କରୁଛୁ । ଆସନ୍ତା ଶୁକ୍ରବାର ପୂର୍ଣ୍ଣମା ରହିଛି ତେଣୁ ସମୁଦ୍ରକୁ ମହାନଦୀରୁ ଜଳ ନିଷ୍କାସନ ହେବାରେ ସମସ୍ୟା ହେବା ସହ ତଳିଆ ମୁଣ୍ଡରେ ଅନେକ ଗ୍ରାମ ବୁଡିବା ଆଶଙ୍କା ରହିଛି ତେଣୁ ପୂର୍ଣ୍ଣିମା ପୂର୍ବରୁ କିପରି ଭାବରେ ମହାନଦୀରୁ ବନ୍ୟାଜଳ ନିଷ୍କାସନ ହୋଇପାରିବ ତାହା ପୂର୍ବରୁ ଏପରି ପଦକ୍ଷେପ ନିଆଯାଇଥିବା ସୂଚନା ଦିଆଯାଇଛି ।