ରାୟଗଡାରେ ଏନଆଇଏ ଟିମ୍ ! ଆଇଜି ମୁକେଶ ସିଂହଙ୍କ ନେତୃତ୍ୱରେ ଟିମ୍ କରିବ ଦୁର୍ଘଟଣାର ତଦନ୍ତ

23

କନକ ବ୍ୟୁରୋ: ହୀରାଖଣ୍ଡ ଏକ୍ସପ୍ରେସ ଦୁର୍ଘଟଣା ତଦନ୍ତ ମାମଲା । ରାୟଗଡାରେ ପହଂଚିଲା ଏନଆଇଏ ଟିମ୍ । ଜାତୀୟ ତଦନ୍ତକାରୀ ଦଳ ଏନଆଇଏର ୧୦ ଜଣିଆ ଟିମ୍ ଆଜି ରାୟଗଡାରେ ପହଂଚିଛନ୍ତି । ଆଇଜି ମୁକେଶ ସିଂହଙ୍କ ନେତୃତ୍ୱରେ ଏହି ଟିମ୍ ହୀରାଖଣ୍ଡ ଏକ୍ସପ୍ରେସ ଦୁର୍ଘଟଣାର ତଦନ୍ତ କରିବ । ଗତ ୨୧ ତାରିଖ ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ହୀରାଖଣ୍ଡ ଏକ୍ସପ୍ରେସ ।

ଜଗଦଲପୁରରୁ ଭୁବନେଶ୍ୱର ଆସୁଥିବାବେଳେ ହୀରାଖଣ୍ଡ ଏକ୍ସପ୍ରେସ ଓଡିଶାର ରାୟଗଡା ସୀମାନ୍ତ ଆନ୍ଧ୍ରପ୍ରଦେଶର କୁନେରୁ ଷ୍ଟେସନ ନିକଟରେ ୯ଟି ବଗି ଲାଇନଚ୍ୟୁତ ହୋଇଥିଲା । ଯେଉଁଥିରେ ୪୦ ଜଣ ଯାତ୍ରୀ ପ୍ରାଣ ହରାଇଥିବାବେଳେ ପାଖିପାଖି ୫୦ରୁ ଅଧିକ ଆହତ ହୋଇଥିଲେ ।