ମିଳୁନି ଷଡଯନ୍ତ୍ରର ସୁରାକ ! ହୀରାଖଣ୍ଡ ଏକ୍ସପ୍ରେସ ଦୁର୍ଘଟଣାର ଖୋଳତାଡ ଜାରି ରଖିଛି ଏନ୍ଆଇଏ ଟିମ୍

32

କନକ ବ୍ୟୁରୋ: ହୀରାଖଣ୍ଡ ଏକ୍ସପ୍ରେସ ଦୁର୍ଘଟଣାର ଦ୍ୱିତୀୟ ଦିନରେ ତଦନ୍ତ ଜାରି ରଖିଛି ଏନ୍ଆଇଏ । ଆଜି ବିଶାଖାପାଟଣାର ଡିଆରଏମ କାର୍ଯ୍ୟାଳୟରେ ପହଁଚି ଖୋଳତାଡ କରିଛି ତଦନ୍ତକାରୀ ଦଳ । ଏନଆଇଏ ଟିମ୍ ବିଶାଖାପାଟଣା ଡିଆରଏମ ଚନ୍ଦ୍ରଲେଖା ମୁଖାର୍ଜୀ, ଆରପିଏଫ ଅଧିକାରୀ ଓ ବିଶାଖାପାଟଣା ରେଳବାଇ ଅଧିକାରୀଙ୍କ ସହ ଦୁର୍ଘଟଣା ସଂପର୍କରେ ଆଲୋଚନା କରିଛନ୍ତି ।

ସେହିପରି ସେଫଟି କମିଶନର ରାମକ୍ରିପାଲ ଯାଦବ ବି ଘଟଣାର ତଦନ୍ତ ଚଳାଇଛନ୍ତି । ଦୁର୍ଘଟଣାର ପ୍ରକୃତ କାରଣ ଖୋଜୁଛି ନାସନାଲ ଇନଭେଷ୍ଟିଗେସନ ଏଜେନ୍ସି । କୁନେରୁ ଷ୍ଟେସନରେ ରେଳ ଦୁର୍ଘଟଣା ପଛରେ କିଛି ବଡ ଧରଣର ଷଡଯନ୍ତ୍ର ରହିଛି କି, ନାହିଁ ସେନେଇ ଛାନଭିନ କରୁଛି ଏହି ଟିମ୍ । ସେପଟେ ଦୁର୍ଘଟଣା ସ୍ଥଳକୁ ଯାଇ ଅନୁସଂଧାନ କରିଛି ସାଇଂଟିଫିକ୍ ଟିମ୍ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-