ହୀରାଖଣ୍ଡ ଏକ୍ସପ୍ରେସ୍ ଦୁର୍ଘଟଣା ! ଆସନ୍ତାକାଲି ଠାରୁ ହେବ ତଦନ୍ତ

27

କନକ ବ୍ୟୁରୋ : ହୀରାଖଣ୍ଡ ଏକ୍ସପ୍ରେସ ଦୁର୍ଘଟଣାର ହେବ ତଦନ୍ତ । ଆସନ୍ତାକାଲି ଠାରୁ ତଦନ୍ତ ଆରମ୍ଭ ହେବ । ରେଲୱେ ସେଫ୍ଟି କମିଶନର ଆସନ୍ତାକାଲି ଠାରୁ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିବେ । ସିଭିଲ ଆଭିଏସନ ମନ୍ତ୍ରାଳୟ ଅଧିନରେ ତଦନ୍ତ କରାଯିବ । ରାୟଗଡା ଅଫିସ ରେଷ୍ଟ ହାଉସରୁ ଏହି ତଦନ୍ତ ପ୍ରକ୍ରିୟା ଆରମ୍ଭ ହେବ । ରେଷ୍ଟ ହାଉସରେ ପ୍ରତ୍ୟକ୍ଷଦର୍ଶୀଙ୍କ ତଥ୍ୟ ଆଧାରରେ ତଦନ୍ତ ହେବ । ତେବେ ଦୁର୍ଘଟଣା ନେଇ ପ୍ରତ୍ୟେକ୍ଷଦର୍ଶୀଙ୍କ ପାଖରେ କୌଣସି ତଥ୍ୟ ଥିଲେ ସେମାନେ କମିଶନରଙ୍କୁ ଚିିଠି ଲେଖି ଜଣାଇପାରିବେ । ଏନେଇ ରେଳ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।