ଟ୍ରେନ ଟ୍ରାକରେ ଫାଟ । ଦୁର୍ଘଟଣାରୁ ଅଳ୍ପକେ ବର୍ତିଲା ହୀରାଖଣ୍ଡ ଏକ୍ସପ୍ରେସ : କୋରାପୁଟ ଯିବାବେଳେ ସିଙ୍ଗାପୁର ଷ୍ଟେସନ ନିକଟରେ ଫାଟ ନେଇ ମିଳିଲା ସୂଚନା

ଟ୍ରେନ ଟ୍ରାକରେ ଫାଟ । ଦୁର୍ଘଟଣାରୁ ଅଳ୍ପକେ ବର୍ତିଲା ହୀରାଖଣ୍ଡ ଏକ୍ସପ୍ରେସ

118

କନକ ବ୍ୟୁରୋ : ଟ୍ରେନ ଟ୍ରାକରେ ଫାଟ । ଦୁର୍ଘଟଣାରୁ ଅଳ୍ପକେ ବର୍ତିଲା ହୀରାଖଣ୍ଡ ଏକ୍ସପ୍ରେସ । ଟ୍ରେନ କୋରାପୁଟ ଅଭିମୁଖେ ଯିବାବେଳେ ସିଙ୍ଗାପୁର ଷ୍ଟେସନ ନିକଟରେ ଟ୍ରାକରେ ଫାଟ ଥିବା ଜଣାପଡିଥିଲା । ଫଳରେ ହୀରାଖଣ୍ଡ ଏକ୍ସପ୍ରେସକୁ ଅଟକାଯାଇଥିଲା । ତେବେ ମିଳିଥିବା ସୂଚନା ଅନୁସାରେ ପାଖାପାଖି ୪୦ ମନିଟ ଧରି ଟ୍ରେନ ଟ୍ରାକ ଉପରେ ହିଁ ଅଟକି ରହିଥିଲା । ଏ ସମ୍ପର୍କରେ ଖବର ପାଇବା ପରେ ରେଳ ବିଭାଗର ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଲାଇନର ମରାମତି କରିଥିଲେ । ପ୍ରଥମେ ଲୋକେ ଟ୍ରାକରେ ଫାଟ ଥିବା ଜଣାଇବା ପରେ ତାକୁ ମରାମତି କରାଯାଇଥିଲା ଓ ଟ୍ରେନଟି କୋରାପୁଟ ଅଭିମୁଖେ ପୁଣି ଯାତ୍ରା କରିଛି ।

 

କିପରି ଭାବରେ ରେଳ ଧାରଣାରେ ଫାଟ ସୃଷ୍ଟି ହୋଇଛି ତାହାର ଉତ୍ତରରେ ରେଳ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ଶୀତ ଓ ଖରାରେ ଏପରି ଭାବରେ ଫାଟ ହୋଇଛି । ଏହାର ମରାମତି କରାଯାଉଛି । ପୂର୍ବରୁ ମଧ୍ୟ ହି ଟ୍ରେନ ଦୁର୍ଘଟଣାଗ୍ରସ୍ତ ହେବା ସହ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହି ଫାଟ ସମ୍ପର୍କରେ ସୂଚନା ମିଳିବା ପରେ ଟ୍ରେନରେ ଥିବା ଯାତ୍ରୀ ଆତଙ୍କିତ ହୋଇପଡିଥିବା ସୂଚନା ମିଳିଛି ।