ହୀରାଖଣ୍ଡ ଏକ୍ସପ୍ରେସ ଦୁର୍ଘଟଣା: ଉଦ୍ଧାର କରାଯାଇଥିବା ପ୍ରାୟ ୩ଶହ ଯାତ୍ରୀ ଟିଟିଲାଗଡରେ ପହଂଚିଲେ

37

କନକ ବ୍ୟୁରୋ : ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣା ପରେ ସୁରକ୍ଷିତଥିବା ଯାତ୍ରୀଙ୍କୁ ନେଇ ସ୍ୱତନ୍ତ୍ର ଟ୍ରେନ ଟିଟିଲାଗଡରେ ପହଂଚିଛି । ଘଟଣାସ୍ଥଳରୁ ଉଦ୍ଧାର କରାଯାଇଥିବା ପ୍ରାୟ ୩ଶହ ଯାତ୍ରୀଙ୍କୁ ଏହି ସ୍ୱତନ୍ତ୍ର ଟ୍ରେନ ଜରିଆରେ ଭୁବନେଶ୍ୱର ଅଣାଯାଉଛି ।

ସେପଟେ, ରେଳବାଇ ପକ୍ଷରୁ ଯାତ୍ରୀଙ୍କ ଖାଇବା ପିଇବା ସହ ଆନୁସଙ୍ଗିକ ବନ୍ଦୋବସ୍ତ ମଧ୍ୟ କରାଯାଇଛି । ସମ୍ବଲପୁର ଦେଇ ଏହି ସ୍ୱତନ୍ତ୍ର ଟ୍ରେନ ଭୁବନେଶ୍ୱର ପହଂଚିବ ।