କୁନେରୁରେ ହୀରାଖଣ୍ଡ ଦୁର୍ଘଟଣା ପଛରେ ଷଡଯନ୍ତ୍ର ! ଆତଙ୍କବାଦୀ ଓ ମାଓବାଦୀଙ୍କ ବିରୋଧରେ ମାମଲା ରୁଜୁ କଲା ଏନଆଇଏ

30

କନକ ବ୍ୟୁରୋ : କାନପୁର ଓ ବିହାର ଟ୍ରେନ ବିସ୍ପୋରଣର ମାଷ୍ଟର ମାଇଣ୍ଡ ତଥା ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଆଇଏସଆଇ ସହ ସଂପୃକ୍ତ ଆତଙ୍କବାଦୀ ସାମସୁଲ ଦୋହାକୁ ଗିରଫ କରାଯାଇଛି । ଦୁବାଇରୁ ସାମସୁଲକୁ ଗିରଫ କରାଯିବା ପରେ କାଠମାଣ୍ଡୁ ଅଣûଯାଇଛି । ହୀରାଖଣ୍ଡ ଏକ୍ସପ୍ରେସ ଦୁର୍ଘଟଣା ଘଟଣାରେ ସାମସୁଲର ହାତ ଥିବା ସନ୍ଦେହ କରାଯାଉଛି । ଏନେଇ ଏନଆଇଏ କାଠମାଣ୍ଡୁରେ ପହଚିଂ ସାମସୁଲକୁ ଜେରା କରିବା ଆରମ୍ଭ କରିଛି ।

ଅନ୍ୟପଟେ ହୀରାଖଣ୍ଡ ଏକ୍ସପ୍ରେସ ଦୁର୍ଘଟଣା ମନୁଷ୍ୟକୃତ ବୋଲି ସନ୍ଦେହ ଦୃଢ ହେବାରେ ଲାଗିଛି । ଏନଆଇଏ ମାଓବାଦୀ ନାଁରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଜାନୁଆରୀ ୨୧ ତାରିଖ ରାତିରେ ହୀରଖଣ୍ଡ ଏକ୍ସପ୍ରେସ ରାୟଗଡା ଠାରୁ ପ୍ରାୟ ୨୪ କିଲୋମିଟର ଦୂର ଆନ୍ଧ୍ର-ଓଡିଶା ସୀମା କୁନେରୁ ଷ୍ଟେସନ ନିକଟରେ ଦୁର୍ଘଟଣା ହୋଇଥିଲା । ଏଥିରେ ୪୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିଲେ ।