ଆଜିଠୁ ତଦନ୍ତ ଆରମ୍ଭ ! ରାୟଗଡାରେ ସେଫଟି କମିସନ କରିବେ ଖୋଲତାଡ

29

କନକ ବ୍ୟୁରୋ: ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନ୍ ଦୁର୍ଘଟଣାର ତଦନ୍ତ ଆଜି ଠାରୁ ଆରମ୍ଭ ହେବ । ବେସାମରୀକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅଧୀନରେ ଥିବା ରେଲବାଇ ସେଫଟି କମିସନର ଏହାର ତଦନ୍ତ କରିବେ । ସିକନ୍ଦରାବାଦ ଦକ୍ଷିଣ କେନ୍ଦ୍ର ରେଳବାଇର ସେଫଟି କମିଶନର ରାମ କ୍ରିପାଲ ଯାଦବ ତଦନ୍ତ କରିବେ ।

ରାୟଗଡାରେ ଥିବା ଅଫିସରର୍ସ ରେଷ୍ଟ ହାଉସରୁ ତଦନ୍ତ କରାଯିବ । ସେହିପରି ଆସନ୍ତାକାଲି ବିଶାଖପାଟଣା ଡିଆରଏମ କାର୍ଯ୍ୟାଳୟରେ ସକାଳ ୧୦ଟାରୁ ଶୁଣାଣି ହେବ । ଏଥିରେ ଯେକୌଣସି ବ୍ୟକ୍ତି ସାକ୍ଷ୍ୟ ଦେଇପାରିବେ ବୋଲି ରେଳମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।