ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ମଣ୍ଡଳିରେ ଜୋର ଧରିଲା ମଦ ବିରୋଧି ନାରା ! ହିଂଜିଳିର ଟିକିରି ଗାଁରେ ଦେଶୀମଦ ଦୋକାନକୁ ଗ୍ରାମବାସୀଙ୍କ ବିରୋଧ

16

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ମଣ୍ଡଳିରେ ଜୋର ଧରିଛି ମଦ ବିରୋଧି ନାରାବାଜି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ମଣ୍ଡଳି ହିଂଜିଳିର ଟିକିରି ଗାଁରେ ଦେଶୀମଦ ଦୋକାନକୁ ବିରୋଧ କରି ଗ୍ରାମବାସୀଙ୍କ ପୋଡାଜଳା । ଉତ୍ୟକ୍ତ ଗ୍ରାମବାସୀ ଦେଶୀମଦ ଦୋକାନରେ ନିଆଁ ଲଗାଇ ଦେଇଛନ୍ତି । ଏହାସହ ଟିକିରି ଗାଁରୁ ମଦଦୋକାନ ହଟେଇବା ପ୍ରତିବାଦରେ ରାସ୍ତାରୋକ କରିଛନ୍ତି ।