ମିରାଜ୍ ୨୦୦୦ ଲଢୁଆ ବିମାନ ସହ ୨୧ ମିନିଟ୍ ର ଅପରେସନରେ ଡ୍ରୋନ୍ ବି ହୋଇଥିଲା ସାମିଲ୍ !

434

ଭାରତୀୟ ବାୟୁସେନା ମଙ୍ଗଳବାର ନିୟନ୍ତ୍ରଣ ରେଖା ପାର୍ କରି ପାଖାପାଖି ୨୫୦ ରୁ ୩୦୦ ଆତଙ୍କବାଦୀଙ୍କୁ ନିହତ କରିବା ଘଟଣା ଏବେ ସମଗ୍ର ଦେଶବାସୀଙ୍କୁ ଆଶ୍ୱସ୍ତ କରିଛି। ଇଟାର ଜବାବ ପଥରରେ ଦେଇ ପ୍ରତିଶୋଧ ନେଇଛି ଭାରତ। ପୁଲଓ୍ଵାମା ଆକ୍ରମଣରେ ୪୦ ଯବାନ ସହିଦ ହେବା ପରେ ପୂରା ଦେଶରେ ଶୋକର ଛାୟା ଖେଳି ଯାଇଥିଲା। ମଙ୍ଗଳବାର ମଧ୍ୟରାତ୍ରରେ ଭାରତୀୟ ବାୟୁସେନା ବୋମା ପକାଇ ପାକିସ୍ତାନୀ ଆତଙ୍କବାଦୀମାନଙ୍କର ସମସ୍ତ ଶିବିରକୁ ଧ୍ୱଂସ କରି ଦେଇଥିବା ଘଟଣା ଏବେ ଦେଶବାସୀଙ୍କ ପାଇଁ ଖୁସି ଆଣିଦେଇଛି। ତେବେ, ଚାଲନ୍ତୁ ଜାଣିବା ଏହି ସର୍ଜିକାଲ୍ ଷ୍ଟାଇକ୍-୨କୁ ନେଇ କିଛି ଗରୁତ୍ୱପୂର୍ଣ୍ଣ କଥା।

 

*  ଭାରତୀୟ ସେନା ବିମାନ ପାକିସ୍ତାନର ବାଲାକୋଟରେ ପ୍ରବେଶ କରି ପ୍ରଥମେ ‘ପେଲୋଡ୍ ରିଲିଜ୍’ କରିଥିଲା।

ଭାରତୀୟ ବାୟୁସେନା ପକ୍ଷରୁ ହୋଇଥିବା ଏହି ସର୍ଜିକାଲ୍ ଷ୍ଟାଇକରେ ପାଖାପାଖି ୩୦୦ ଆତଙ୍କବାଦୀ ନିହତ ହୋଇଛନ୍ତି।

୨୧ ମିନିଟ୍ ଧରି ଅପରେସନ ଚାଲିଥିଲା ବୋଲି ସୂଚନା ରହିଛି।

ନିୟନ୍ତ୍ରଣ ରେଖାଠାରୁ ୫୦ କିଲୋମିଟର୍ ଦୂରରେ ଥିବା ବାଲାକୋଟଠାରେ ଏହି ସଜିର୍କାଲ ଷ୍ଟାଇକ୍ ହୋଇଥିଲା।

ଭାରତୀୟ ବାୟୁ ସେନା ମିରାଜ ଜେଟ୍ ଶେଷ ଥର ପାଇଁ ୧୯୭୧ ମସିହା ଯୁଦ୍ଧରେ ବ୍ୟବହାର କରିଥିଲା।

ସର୍ଜିକାଲ୍ ଷ୍ଟ୍ରାଇକ୍ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସୂଚିତ କରିଥିଲେ।

ଅପରେସନରେ ଡ୍ରୋନ ବି ବ୍ୟବହାର କରାଯାଇଥିଲା।

ଏହି ସର୍ଜିକାଲ୍ ଷ୍ଟ୍ରାଇକ୍ ପରେ ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହା ମେହେମୁଦ୍ କ୍ୱାରେସି ଏକ ଜରୁରିକଳୀନ ବୈଠକ ଡକାଇଛନ୍ତି।