ଆଜିଠୁ ଆରମ୍ଭ ହେଉଛି କାର୍ତିକ ବତ୍ର! ପୁରୀରେ ହବିଷ୍ୟାଳିଙ୍କ ଗହଳି, ରହିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା

93

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେଉଛି ପବିତ୍ର କାର୍ତିକ ମାସ । ପୁଣ୍ୟ ଓ ଧର୍ମର ମାସ  । ଏହି କାର୍ତିକ ମାସରେ ସାଧାରଣ ଲୋକ  କାର୍ତିକ ବ୍ରତ କରିଥାନ୍ତି । ଆଉ ଏଥିପାଇଁ ଶ୍ରୀକ୍ଷେତ୍ରଧାମ ପୁରୀରେ ହବିଷ୍ୟାଳିଙ୍କ ଗହଳି ଜମୁଛି । ରାଜ୍ୟ ସରକାର ଚଳିତ ବର୍ଷ ମଧ୍ୟ ହବିଷ୍ୟାଳିଙ୍କ ରହିବା ପାଇଁ ହବିଷ୍ୟାଳି ରହଣୀସ୍ଥଳୀ ବ୍ୟବସ୍ଥା କରିଛନ୍ତି । ଚଳିତବର୍ଷ ରାଜ୍ୟସରକାର ୩ହଜାର ହବିଷ୍ୟାଳୀଙ୍କ ପାଇଁ ମାଗଣାରେ ରହିବା ପାଇଁ ବ୍ୟବସ୍ଥା କରିଛନ୍ତି । ଖାଲି ମାଗଣା ନୁହଁ ବରଂ ମହାପ୍ରସାଦ ଦିଆଯିବା ପାଇଁ ବ୍ୟବସ୍ଥା ହୋଇଛି । ଏହାସହ ସେମାନଙ୍କ ରହଣୀ ସ୍ଥଳନିକଟରେ ସ୍ୱାସ୍ଥ୍ୟ ସେବା, ଦମକଳ ସେବା, ଓ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି । ରାଜ୍ୟ ସରକାରଙ୍କ ହବିଷ୍ୟାଳି ଯୋଜନାକୁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ଆଜି ଅନଲାଇନରେ ଉଦଘାଟନ କରିବାର କାର୍ୟ୍ୟକ୍ରମ ରହିଛି।

ସେହିପରି ତୀର୍ଥ ପୁଷ୍କରିଣିରେ ଅଘଟଣକୁ ଦୁରେଇବାପାଇଁ ଲାଇଫଗାର୍ଡର ବ୍ୟବସ୍ଥା କରାଯାଇଛି । ହବିଷ୍ୟାଳୀଙ୍କ ପାଇଁ ବିଦ୍ୟୁତ ସେବା, ସୁରକ୍ଷା ବ୍ୟବସ୍ଥାକୁ ନଜର ରଖିବାପାଇଁ ୨୪ ଘଂଟିଆ କଂଟ୍ରୋଲ ରୁମ ଖୋଲାଯାଇଛି । ସେହିପରି ଶୀତଦିନ ହୋଇଥିବାରୁ ଗରମ ପାଣିର ବ୍ୟବସ୍ଥା ସହ ଭାଗବତ ପାରାୟଣର ବ୍ୟବସ୍ଥା କରାଯାଇଛି ।