ଶାନ୍ତି ପାଇଁ ଭାଇ ଏକାଠି ! ମୁସଲମାନ୍ ପୁଲିସ୍ ନମାଜ୍ ପଢୁଥିବା ବେଳେ ଜଗିଛନ୍ତି ହିନ୍ଦୁ ଯବାନ୍

62

କୁହାଯାଏ ଗୋଟିଏ ଫଟୋ କୋଟିଏ କଥା ବୟାନ୍ କରିଥାଏ । ଠିକ୍ ସେମିତି ଏକ ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏହି ଫଟୋରେ ଦେଖିବାକୁ ମିଳିଛି ଜଣେ ପୁଲିସକର୍ମୀ ବସିଛନ୍ତି ଆଉ ଯବାନ୍ ତାଙ୍କ ନିକଟରେ ଛିଡା ହୋଇଛନ୍ତି । ଏବେ ଆପଣ ଭାବୁଥିବେ ଏଥିରେ ଭାଇରାଲ୍ ହେବା ପରି କଣ ଅଛି । ଏବେ ଜାଣନ୍ତୁ କୋଟିଏ ହୃଦୟ ଜିତିଥିବା ଏହି ଗୋଟିଏ ଫଟୋ ପଛର ପ୍ରକୃତ କାରଣ ।

kashmir-mos_ବସିଥିବା ପୁଲିସକର୍ମୀ ଜଣକ ଜଣେ ମୁସଲମାନ୍ ଯିଏ ନମାଜ୍ ପଢୁଛନ୍ତି । ଆଉ ପାଖରେ ଛିଡା ହୋଇଥିବା ଯବାନ୍ ଜଣକ ହେଉଛନ୍ତି ହିନ୍ଦୁ ଯିଏ ତାଙ୍କୁ ଜଗିଛନ୍ତି । ସ୍ନେହ, ସଦ୍ଭାବନା ଏବଂ ଭାଇଚାରର ବାର୍ତ୍ତା ବୟାନ୍ କରୁଥିବା ଏହି ଫଟୋଟି ହେଉଛି ଜମ୍ମୁ କଶ୍ମୀରର । ଏହାକୁ ଟୁଇଟ୍ କରିବା ସହ ଲେଖାଯାଇଛି ‘ଶାନ୍ତି ପାଇଁ ଭାଇ ଏକାଠି’ । ଏହି ଫଟୋଟି ଏବେ ପୁରା ଦେଶବାସୀଙ୍କ ହୃଦୟ ଜିତି ସାରିଛି । ଟୁଇଟରରେ ମନ୍ତ ଓ ମନ୍ତବ୍ୟର ସୁଅ ଛୁଟୁଛି । ଯେଉଁଥିରେ ସାମିଲ୍ ଅଛନ୍ତି ବଲିଉଡ୍ ଷ୍ଟାରଠାରୁ ଆରମ୍ଭ କରି ସାଧାରଣ ଜନତା । ଯେଉଁଠି ଭାରତ- ପାକ୍ ସୀମାରେ ଅନବରତ ଉତ୍ତେଜନା ଲାଗି ରହିଛି ସେଠି ଏହି ଫଟୋ ଅନେକ କିଛି ଅକୁହା କଥା ବୟାନ୍ କରୁଛି ।

ତେବେ ଭାଇଚାରାର ଏଭଳି ଉଦାହରଣ ଏହା ପ୍ରଥମ ଥର ନୁହେଁ । ଏହା ପୂର୍ବରୁ ମଧ୍ୟ ସ୍ନେହ ଏବଂ ସଦ୍ଭାବନାର ଏପରି କିଛି ଫଟୋ ସାମ୍ନାକୁ ଆସିଛି । ଇଦ୍ ଉପଲକ୍ଷେ ଭାରତ ଏବଂ ପାକିସ୍ତାନ୍ ବର୍ଡରରେ ଉଭୟ ଦେଶର ସୁରକ୍ଷାକର୍ମୀଙ୍କ ମଧ୍ୟରେ ମିଠାର ଆଦାନ ପ୍ରଦାନ ହୋଇଥିଲା । ସୀମାରେ ଯେତେ ଉତ୍ତେଜନା ଥାଉନା କାହିଁକି ଇଦ୍ ଉତ୍ସବକୁ ସାଥିରେ ପାଳନ କରିଥାନ୍ତି ସୁରକ୍ଷାକର୍ମୀ ।