ରିଲିଜ ହେଲା ଅଜୟ ଦେବଗନଙ୍କ ନୂଆ ଫିଲ୍ମ “ଶିବାୟ’ର ଟ୍ରେଲର

62

source-google

ଆଜି ରିଲିଜ ହେଲା ଅପକମିଙ୍ଗ ଫିଲ୍ମ ଶିବାୟର ଟ୍ରେଲର । ଅଜୟ ଦେବଗନ ଓ ସାୟଶା ସହଗଲ ଅଭିନୀତ ଫିଲ୍ମ ଶିବାୟ ୨୮ ଅକ୍ଟୋବରରେ ରିଲିଜ ହେବାକୁ ଯାଉଛି । ଏହାର ନିର୍ଦେଶନା ଅଜୟ ଦେବଗନ ଦେଇଛନ୍ତି । ଏହାର ସୁଟିଂ ବୁଲଗେରିଆ ,ହାଇଦ୍ରାବାଦ ଓ ଉତରାଖଣ୍ଡରେ ହୋଇଛି ।

source-google

ଖୁବ୍ ଶୀଘ୍ର ନିଜର ଫ୍ୟାନମାନଙ୍କୁ ଅଜୟ ଦେବଗନ ଭେଟି ଦେଉଛନ୍ତି ନିଜର ଏହି ନୂଆ ଫିଲ୍ମ । ଅପକମିଙ୍ଗ ଫିଲ୍ମ ଶିବାୟ ଜରିଆରେ ପୁଣି କରିବେ ଏଂଟରଟେନ୍ । ଫିଲ୍ମର ରିଲିଜ ତାରିଖ ଘୋଷଣା କରି ଅଜୟ ଦେବଗନ ନିଜର ଟ୍ୱୁଟର ଆକାଂଉଟରେ ନୂଆ ଫିଲ୍ମର ପୋଷ୍ଟର ସେୟାର କରିଛନ୍ତି । ଅଭିନେତା ଦିଲୀପ କୁମାରଙ୍କ ନାତୁଣୀ ସାୟଶା ଏହି ମୁଭି ଜରିଆରେ ବଲିଉଡରେ ଏଂଟ୍ରି ମାରିବାକୁ ଯାଉଛନ୍ତି ।

source-google

ଅଜୟ ଦେବଗନ ଶିବାୟର ପୋଷ୍ଟର ଜାରି କରିବା ସହ ସାୟଶାର ପ୍ରଥମ ଲୁକ୍ ବି ଜାରି କରିଛନ୍ତି । ଅଜୟ ଦେବଗନ ସାୟଶାକୁ ଖୁବ୍ ସୁନ୍ଦର କହିବା ସହ ଟ୍ୱିଟରରେ ଲେଖିଛନ୍ତି – ଶିବାୟର ଯାତ୍ରାରେ ସାମିଲ ହେବାରେ ସାୟଶାଙ୍କୁ ସ୍ୱାଗତ । ଜାରି ପୋଷ୍ଟରରେ ସାୟଶାଙ୍କ ଆଖିରେ ଡର ଓ ଦୁଃଖ ଥିବାର ସଫା ନଜର ଆସୁଛି । ପୋଷ୍ଟରରେ କିଛି ଦୂରରେ ବରଫ ଉପରେ ଦୁଇଟି ପର୍ବତ ଦେଖାଯାଇଛି । ଏହାର ଚଟାଣରେ ମୁହାଁମୁହିଁ ହୋଇ ଅଜୟ ଦେବଗନ ଓ ସାୟଶା ଠିଆ ହୋଇଛନ୍ତି ।