ହୀରାକୁଦ ହିଣ୍ଡାଲକୋ ଶିଳ୍ପାଂଚଳରେ ୧୪୪ଧାରା ଜାରି : କର୍ଫ୍ୟୁ ସତ୍ୱେ ସଭାର ଆୟୋଜନ କଲେ ଶ୍ରମିକ

23

କନକ ବ୍ୟୁରୋ : ହିଣ୍ଡାଲକୋରେ ଶ୍ରମିକ ଅଶାନ୍ତି । ହୀରାକୁଦର ହିଣ୍ଡାଲକୋ ଶିଳ୍ପାଂଚଳରେ ୧୪୪ ଧାରା ଜାରି କରାଯାଇଛି । ମଜଦୁର ସଂଘ ପକ୍ଷରୁ ଆନ୍ଦୋଳନ ସହ ପ୍ରତିବାଦ କାର୍ଯ୍ୟକ୍ରମ ଥିବା ଯୋଗୁଁ ପୁଲିସ ୫୦ଜଣ ଶ୍ରମିକଙ୍କୁ ଗିରଫ କରି ପରେ ଛାଡିଦେଇଛି ।

ଶ୍ରମିକ ମାରଣ ନୀତି ବିରୋଧରେ ମଜଦୁର ସଂଘ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆଖି ଆଗରେ ରଖି କମ୍ପାନୀ ପରିସରରେ ୧୪୪ଧାରା ଜାରି କରାଯାଇଛି । କମ୍ପାନୀ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା କରୁଥିବା ୫୦ରୁ ଅଧିକ ଶ୍ରମକଙ୍କୁ ପୁଲିସ ଗିରଫ କରିଥିଲା । ୧୦ଦଫା ଦାବି ନେଇ ଶ୍ରମିକମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ ।

ଆଇନ ଶୃଙ୍ଖଳା ପରିସ୍ଥିତି ଯୋଗୁଁ ଆନ୍ଦୋଳନରତ ଶ୍ରମିକଙ୍କୁ ସେହି ଜାଗାରୁ ହଟାଇ ଦିଆଯିବ ସହ ଗିରଫ ଶ୍ରମିକଙ୍କୁ ଛାଡି ଦିଆଯାଇଥିବା ସମ୍ବଲପୁର ଏସପି ସୂଚନା ଦେଇଛନ୍ତି ।