ପାକିସ୍ତାନକୁ ଆଇନା ଦେଖାଇଲେ ପୂର୍ବତନ ବିଦେଶ ମନ୍ତ୍ରୀ ହିନା ରବାନୀ ଖାର : କହିଲେ, “ଭିକ ମାଗିବା ଠାରୁ ଭଲ ଭାରତ ସହ ବନ୍ଧୁତା ସ୍ଥାପନ କର”

448

ପାକିସ୍ତାନର ପୂର୍ବତନ ବିଦେଶ ମନ୍ତ୍ରୀ ହିନା ରବାନୀ ଖାର କହିଛନ୍ତି କି, ତାଙ୍କ ଅଂଚଳକୁ ଆର୍ଥିକ, ରାଜନୈତିକ କିମ୍ବା ସୈନ୍ୟ ରୂପେ ଆମେରିକା ଉପରେ ନିର୍ଭର ଦେଶ ହେବା ବଦଳରେ ଭାରତ ଓ ଅନ୍ୟ ପଡୋଶୀ ଦେଶଗୁଡିକ ସହିତ ସଂପର୍କ ମଜବୁତ କରିବା ଉଚିତ୍ । ହିନା ଏଠି ଥିଙ୍କ ଫେଷ୍ଟରେ ଆମେରିକା-ପାକିସ୍ତାନ ସମ୍ବନ୍ଧରେ କହିଛନ୍ତି କି, ପାକିସ୍ତାନ ସବୁବେଳେ ହିଁ ନିଜକୁ ଏକ ପୂର୍ଣ୍ଣ ରଣନୈତିକ ଭାଗିଦାରୀତା ହେବାର କଳ୍ପନା କରିଛି, ଯାହାକି ଦୂର କଥା । ଏକ ଖବର ମୁତାବକ, ପୂର୍ବ ବିଦେଶ ମନ୍ତ୍ରୀ କହିଛନ୍ତି କି, ନିଜର ଦୁଇଟି ହାତରେ ଭିକ ପାତ୍ର ରଖି ସମ୍ମାନ ହାସଲ କରିପାରିବ ନାହିଁ ।

ପାକିସ୍ତାନର ପ୍ରଥମ ମହିଳା ବିଦେଶ ମନ୍ତ୍ରୀ ରହି ସାରିଥିବା ହିନା କହିଛନ୍ତି କି, ପାକିସ୍ତାନର ସବୁଠାରୁ ମହତ୍ୱପୂର୍ଣ୍ଣ ସମ୍ବନ୍ଧ ଆମେରିକା ବଦଳରେ ଆଫଗାନିସ୍ତାନ, ଭାରତ, ଇରାନ ଓ ଚୀନ ସହିତ ହେବା ଉଚିତ୍ । ଆମେରିକା ସେତିକି ଗୁରୁତ୍ୱ ପାଇବାର ଅଧିକାରୀ ନୁହେଁ, ଯେତେ ପାକିସ୍ତାନରେ ତାକୁ ଦିଆଯାଇଛି । କାହିଁକିନା ଅର୍ଥବ୍ୟବସ୍ଥା ଆମେରିକାର ସହଯୋଗ ଉପରେ ନିର୍ଭର ନୁହେଁ, ଯେମିତିକି ବ୍ୟାପକ ରୂପେ କୁହାଯାଏ ।

ପ୍ରଥମ ଥର ହିନାଙ୍କ ଏମିତି ବୟାନ ଆସିନି । ଏହା ପୂର୍ବରୁ ଅନେକ ଥର ଭାରତ ଓ ପାକିସ୍ତାନ ସମ୍ବନ୍ଧରେ କହିସାରିଛନ୍ତି । ଏହା ପୂର୍ବରୁ ସେ କାଶ୍ମୀର ଉପରେ ପାକିସ୍ତାନକୁ ଆଇନା ଦେଖାଇ କହିଥିଲେ କି, ପାକିସ୍ତାନ ଭାରତ ସହିତ ଲଢ଼ି କାଶ୍ମୀର ଜିତି ପାରିିବ ନାହିଁ, ଏହି ମାମଲାର ସମାଧାନ ଆପୋଷ ବୁଝାମଣା ଦ୍ୱରା ସମ୍ଭବ ହୋଇପ।।ରିବ ।