ତୁଟିବ ୨୨ ବର୍ଷର ସଂପର୍କ ! ପତ୍ନୀଙ୍କଠାରୁ ଅଲଗା ହେବେ ହିମେଶ ରେଶମିଆ

42

ବଲିଉଡର ଲୋକପ୍ରିୟ ଗାୟକ ହିମେଶ ରେଶମିଆଙ୍କ ୨୨ ବର୍ଷର ବୈବାହିକ ସଂପର୍କରେ ପଡିଛି ଭଟ୍ଟା । ପତ୍ନୀ କୋମଲଙ୍କ ଅଲଗା ନେବାକୁ ନିଷ୍ପତି ନେଇଛନ୍ତି ହିମେଶ୍ । ଏଥିପାଇଁ ଉଭୟେ ବାନ୍ଦ୍ରାର ଫ୍ୟାମିଲି କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି । ଏଥିଯୋଗୁଁ ହିମେଶ ରେଶମିଆ ଗତ କିଛି ମାସ ହେଲା ପତ୍ନୀଙ୍କ ଠାରୁ ଅଲଗା ରହୁଛନ୍ତି ବୋଲି ସୂଚନା ମିଳିଛି ।

ଖବର ଅନୁସାରେ ଉଭୟ ଅଲଗା ହେବାର କାରଣ ହିମେଶଙ୍କ ଅନ୍ୟ କାହା ସହ ପ୍ରେମ ସଂପର୍କ । କିଛି ବର୍ଷ ପୂର୍ବରୁ ହିମେଶ ଓ ଟେଲିଭିଜନ ଅଭିନେତ୍ରୀ ସୋନିଆ କପୁରଙ୍କ ଭିତରେ ପ୍ରେମ ସଂପର୍କ ଥିବାର ଚର୍ଚ୍ଚା ହେଉଥିଲା ।

ହିମେଶ ଓ କୋମଲଙ୍କ କହିବା ଅନୁସାରେ ଉଭୟଙ୍କ ଆପୋଷ ବୁଝାମଣାରେ ହିିଁ ସେମାନେ ଅଲଗା ହେବାର ନିଷ୍ପତି ନେଇଛନ୍ତି । ଅଲଗା ହେବା ପରେ ମଧ୍ୟ ଉଭୟେ ଉଭୟଙ୍କ ପରିବାର ସହ ସଂପର୍କରେ ରହିବେ ବୋଲି ସେମାନେ କହିଛନ୍ତି  । ଏହାସହ ପୁଅ ଶିବମକୁ ଉଭୟେ ମିଶି ପାଳିବାର ନିଷ୍ପତି ନେଇଛନ୍ତି ବୋଲି ଜଣାପଡିଛି ।