ଏମିତି ଏକ ମନ୍ଦିର ! ଯେଉଁଠି ମୃତ୍ୟୁ ପରେ ପ୍ରଥମେ ପହଂଚେ ଆତ୍ମା

48

ମୃତ୍ୟୁ ପରେ ଆତ୍ମା ସ୍ୱର୍ଗ କିମ୍ବା ନର୍କକୁ ଯାଇଥାଏ । କିନ୍ତୁ କେବେ କୌଣସି ମନ୍ଦିରକୁ ଆତ୍ମା ଯିବା କଥା ଶୁଣିଛନ୍ତି । ସେ ମନ୍ଦିର ପୁଣି ଆଉ କେଉଁଠି ନୁହେଁ ଏଇ ଭାରତରେ ହିଁ ଅଛି । ଆଉ ଏହି ମନ୍ଦିରକୁ କେବଳ ଆତ୍ମାମାନେ ହିଁ ଯାଇଥାନ୍ତି । ଶୁଣିବାକୁ ବିସ୍ମୟ ଲାଗୁଥିଲେ ମଧ୍ୟ କଥାଟି ସତ । ରାଜଧାନୀ ଦିଲ୍ଲୀଠାରୁ ମାତ୍ର ୫୦୦ କିଲୋମିଟର ଦୂର ହିମାଚଳର ଚମ୍ବାରେ ଏହି ମନ୍ଦିର ଅଛି । ତେଣକି ଆପଣ ନାସ୍ତିକ ହୁଅନ୍ତୁ ବା ଆସ୍ତିକ , ଆପଣଙ୍କ ଇଚ୍ଛା ଥାଉ ବା ନଥାଉ । ଆପଣଙ୍କ ଆତ୍ମା ସେହି ମନ୍ଦିରକୁ ଯିବାକୁ ବାଧ୍ୟ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ମନ୍ଦିରଟି କୌଣସି ମନ୍ଦିର ପରି ନୁହେଁ ବରଂ ଗୋଟିଏ ଘର ସାଧାରଣ ପରି ।

ଏହି ମନ୍ଦିରଟି ଯମରାଜାଙ୍କ ପାଇଁ ସମର୍ପିତ, ଅର୍ଥାତ୍ ଏହି ମନ୍ଦରରେ ଯମରାଜା ରୁହନ୍ତି । ମନ୍ଦିର ଭିତରେ ଆଉ ଗୋଟିଏ ବଖରାରେ ରୁହନ୍ତି ଚିତ୍ରଗୁପ୍ତ । କୁହାଯାଏ ଏହି ମନ୍ଦିର ଭିତରେ ଚାରୋଟି ଦ୍ୱାର ଅଛି । ଆଉ ଯମଦୂତ ମାନେ ଏହି ବାଟ ଦେଇ ଆତ୍ମାକୁ ନିଜ କର୍ମ ଅନୁସାରେ ସ୍ୱର୍ଗ କିମ୍ବା ନର୍କକୁ ନେଇଥାନ୍ତି । ତେବେ ଆଜି ଯାଏ କେହି ବି ଏହି ମନ୍ଦିର ଭିତରକୁ ଯିବା ପାଇଁ ସାହାସ କରି ନାହାନ୍ତି । କେବଳ ବାହାରୁ ପ୍ରଣାମ କରି ଚାଲିଯାଇଥାନ୍ତି।