ଶବଙ୍କ ସେବାରେ ଜୀବନ କରିଛନ୍ତି ଉତ୍ସର୍ଗ ! ପଢନ୍ତୁ ସମାଜସେବା ପାଇଁ ଅବିବାହିତ ରହିଥିବା ଶାନ୍ତନୁଙ୍କ କାହାଣୀ

15

କୌଣସି ବି ଟେଲିଭିଜନ୍ ନ୍ୟୁଜ୍ ଚ୍ୟାନେଲ୍ ଅନ୍ କରନ୍ତୁ । କିମ୍ବା ଖବର କାଗଜର ଯେକୌଣସି ପୃଷ୍ଠା ଓଲଟାନ୍ତୁ । ସବୁଠାରେ ଅପରାଧର ଖବର । କେଉଁଠାରେ କେହି ଦୁଷ୍ମର୍ମ କରିଛି ତ ଆଉ କେଉଁଠି ହୋଇଛି ହତ୍ୟାକାଣ୍ଡ । କେହି ଲୁଟ୍ କରିଛି ତ କେହି କେହି ଲୁଟି ହୋଇଯାଇଛନ୍ତି । ସତେ ଯେମିତି ଦେଶ ହୋଇପଡିଛି ଅପରାଧପ୍ରବଣ । ଆଉ ମଣିଷଠୁ ଦୂରେଇ ଯାଇଛି ମାନବିକତା । ହେଲେ ଏସବୁ ଭିତରେ ଆସିଛି ଏକ ଭଲ ଖବର ।

shantNu2ହିମାଚଳ ପ୍ରଦେଶ ହମିରପୁରର ଶାନ୍ତନୁ କୁମାର ଏମିତି କିଛି କରି ଦେଖାଇଛନ୍ତି ଯାହାଙ୍କୁ ପୁରା ଦେଶ ଏବେ କରୁଛି ସଲାମ୍ । ପ୍ରାୟ ୧୫ ବର୍ଷ ହେବ ଅଚିହ୍ନା ମୃତ ଦେହକୁ ନିଜ କାନ୍ଧରେ ଉଠାଇ ସେମାନଙ୍କ ଅନ୍ତିମ ସଂସ୍କାର କରୁଛନ୍ତି ଶାନ୍ତନୁ । କେବଳ ସେତିକି ନୁହେଁ ହରିଦ୍ୱାରରେ ହିନ୍ଦୁ ରୀତିନୀତି ଅନୁସାରେ ଗଙ୍ଗାରେ ଅସ୍ଥି ବିସର୍ଜନ କରିବା ସହ ପିଣ୍ଡଦାନ ମଧ୍ୟ କରିଥାନ୍ତି । ଆଉ ଏସବୁ ନିଜ ଖର୍ଚ୍ଚରେ ତୁଲାଇଥାନ୍ତି ଶାନ୍ତନୁ । ଏଯାଏଁ ସେ ପ୍ରାୟ ୬୦୦ ଅଚିହ୍ନା ମୃତଦେହଙ୍କ ଅନ୍ତିମ ସଂସ୍କାର କରି ସାରିଛନ୍ତି ।

shantnu 1କେବଳ ସେତିକିରେ ସରିନାହିଁ ଶାନ୍ତନୁଙ୍କ ମଣିଷପଣିଆ । ଏହି ସମାଜସେବା ପାଇଁ ସାରାଜୀବନ ଅବିବାହିତ ରହିବା ପାଇଁ ନିଷ୍ପତି ମଧ୍ୟ ନେଇଛନ୍ତି । ଶାନ୍ତନୁ ଏଥିପାଇଁ ଅନେକ ସମ୍ମାନ ଏବଂ ପୁରସ୍କାର ମଧ୍ୟ ପାଇଛନ୍ତି । ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ପୁରସ୍କାରରେ ମିଳୁଥିବା ରାଶିକୁ ମଧ୍ୟ ଚାରିଟିରେ ଦାନ କରିଦିଅନ୍ତି ଶାନ୍ତନୁ । ମଦର ଟେରେସାଙ୍କୁ ନିଜ ପ୍ରେରଣା ବୋଲି ମାନଥିବା ଶାନ୍ତନୁଙ୍କ ଭିତରେ ସମାଜସେବାର ଭାବନା ସୃଷ୍ଟି କରିଥିଲା ହମିରପୁରରେ ହୋଇଥିବା ଏକ ଦୁର୍ଘଟଣା । ଆଉ ୧୯୯୦ରୁ ନିଜକୁ ସଂପୂର୍ଣ୍ଣ ରୂପେ ଏହି କାର୍ଯ୍ୟରେ ଉତ୍ସର୍ଗ କରିଦେଇଛନ୍ତି ।