ବରଫ ପାଲଟିଲେ ୨ଇଞ୍ଜିନିୟରିଂ ଛାତ୍ର : ହିମାଚଳ ପ୍ରଦେଶ ମଣ୍ଡିରେ ବରଫ ଭିତରୁ ମୃତଦେହ ଉଦ୍ଧାର

25

କନକ ବ୍ୟୁରୋ : ଜାନୁୟାରୀ ଦ୍ୱିତୀୟ ସପ୍ତାହରେ ସାରାଦେଶରେ ଅନୁଭୂତ ହେଉଛି ପ୍ରବଳ ଥଣ୍ଡା । ହିମାଚଳ ପ୍ରଦେଶରେ ଜାରି ରହିଛି ପ୍ରବଳ ହିମପାତ । ରାଜ୍ୟର ମନାଲି, ଧର୍ମଶାଳା, ସିମଲା ଆଦି ଅଂଚଳରେ ତାପମାତ୍ରା ମାଇନସ୍ ୭ରୁ ୮ଡିଗ୍ରୀ ରହୁଛି । ସବୁଠୁ ସାଂଘାତିକ ସ୍ଥିତି କିନ୍ତୁ ମଣ୍ଡି ଜିଲ୍ଲାରେ ଉପୁଜିଛି,ଏଠାରେ ତାପାମାତ୍ରା ମାଇନସ୍ ୧୫ଡିଗ୍ରୀ ତଳେ ରହୁଛି ।

ମଣ୍ଡିର ସିକାରା ଦେବୀ ମନ୍ଦିର ବୁଲିବାକୁ ଆସିଥିବା ୪ଜଣ ଏନଆଇଟି ଛାତ୍ର ପ୍ରବଳ ତୁଷାରପାତ ଭିତରେ ନିଖୋଜ ହୋଇଯାଇଥିଲେ । ଜାନୁଆରୀ ୬ରୁ ନିଖୋଜ ଥିବା ଏହି ଛାତ୍ର ମାନଙ୍କୁ ଉଦ୍ଧାର ପାଇଁ ଚାଲିଥିବା ସର୍ଚ୍ଚ ଅପରେସନ । ହେଲେ ମନ୍ଦିର ନିକଟରେ ବରଫ ପାଲଟଇ ଯାଇଥିବା ଅବସ୍ଥାରେ ଦୁଇ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ । ୨ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ୨ଜଣଙ୍କର କିଛି ପତା ମିଳିନାହିଁ ।