ଭାଙ୍ଗି ପଡିଲା ୧କୋଟି ଟଙ୍କାର ବ୍ରିଜ୍ ! ମଝିରେ ଫସି ରହିଲେ କାର୍ ଓ ଟ୍ରକ୍, ଜାଣନ୍ତୁ ଏହାପରେ ହୋଇଥିଲା କଣ

44

କନକ ବ୍ୟୁରୋ: ଭୁଶୁଡ଼ିଲା ୧୫ ବର୍ଷ ତଳେ ନିର୍ମାଣ ହୋଇଥିବା ବ୍ରିଜ । ବ୍ରିଜଟି ପଠାନକୋଟ ଏବଂ ହିମାଂଚଳ ପ୍ରଦେଶ ସହ ଯୋଡ଼ି ହେଉଥିବା ଏକ କଂକ୍ରିଟ ବ୍ରିଜ । ଗତକାଲି ବ୍ରିଜଟି ଭୁଶୁଡ଼ି ପଡ଼ିବା ଦ୍ୱାରା ଏଥିରେ ୬ଜଣ ଲୋକ ଗୁରୁତର ଭାବେ ଆହତ ହୋଇଥିବା ବେଳେ ମଟରସାଇକେଲ୍ ନଈ ଭିତରେ ପଡ଼ିଯାଇଥିଲା ଏବଂ କାର୍ ଓ ମିନି ଟ୍ରକ୍ ଫସି ରହିଥିଲା ।

ସୂଚନା ମୁତାବକ, ହିମାଚଳ ପ୍ରଦେଶର ଚମ୍ବା ସହରକୁ ପଞ୍ଜାବର ପଠାଣକୋଟ ସହ ସଂଯୋଗ କରୁଥିବା ଏକ କଂକ୍ରିଟ ବ୍ରିଜ ଗୁରୁବାର ଦିନ ଭୁଶୁଡ଼ି ପଡ଼ିବାରୁ ଅନ୍ୟୂନ ୬ ଜଣ ଲୋକ ଆହତ ହୋଇଛନ୍ତି । ଆହତମାନଙ୍କୁ ପଣ୍ଡିତ ଜବାହରଲାଲ୍ ନେହେରୁ ମେଡିକାଲ୍ କଲେଜକୁ ନିଆଯାଇ ତତକ୍ଷଣାତ୍ ଚିକିତ୍ସା କରାଯାଇଥିଲା । ଜିଲ୍ଲାପାଳ ସୁଦେଶ କୁମାର ମୋଖତା ଏବଂ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ହାତକୁ ନେଇଥିଲେ । ନିର୍ମାଣ ନକ୍ସାରେ ତ୍ରୁଟି କିମ୍ବା ନିମ୍ନ ମାନର ସାମଗ୍ରୀରେ ତିଆରି ହୋଇଥିବା କାରଣରୁ ପୋଲଟି ଭୁଶୁଡ଼ି ପଡ଼ିଛି ତାହା ନେଇ ଅନୁଧ୍ୟାନ କରିଥିଲେ ଜିଲ୍ଲାପାଳ ।

ଦୁର୍ଘଟଣା ଘଟିବା ମୁହୂର୍ତ୍ତରେ ପୋଲ ଉପର ଦେଇ ଗୋଟିଏ କାର୍, ଗୋଟିଏ ମିନି ଟ୍ରକ୍ ଏବଂ ଗୋଟିଏ ମଟରସାଇକେଲ୍ ଯାଉଥିଲେ । ପୋଲ ଭୁଶୁଡ଼ି ପଡ଼ିବା ଫଳରେ ୬ଜଣ ଲୋକ ଗୁରୁତର ଭାବେ ହୋଇଥିବା ବେଳେ ମଟରସାଇକେଲ୍ ନଈ ଭିତରେ ପଡ଼ିଯାଇଥିଲା ଏବଂ କାର୍ ଓ ମିନି ଟ୍ରକ୍ ଫସି ରହିଥିଲା ।