ହିମାଚଳ ପ୍ରଦେଶରେ ସରଗରମ ନିର୍ବାଚନୀ ମାହୋଲ ! ଆଜି ଶେଷ ଦିନରେ ଜମୁଛି ପ୍ରଚାର, ନଭେମ୍ବର ୯ରେ ବିଧାନସଭା ନିର୍ବାଚନ, ଡିସେମ୍ବର ୧୮ରେ ଫଳାଫଳ

32

କନକ ବ୍ୟୁରୋ : ହିମାଚଳ ପ୍ରଦେଶରେ ଆଜି ଶେଷ ପ୍ରଚାର । ହିମାଚଳପ୍ରଦେଶ ବିଧାନସଭା ପାଇଁ ଆଜି ସଂଧ୍ୟା ସୁଦ୍ଧା ପ୍ରଚାର ଶେଷ ହେବ । ସନ୍ଧ୍ୟା ୫ଟା ପରେ କୌଣସି ପ୍ରାର୍ଥୀ ସଭା କିମ୍ବା ଲାଉଡସ୍ପିକର ମାଧ୍ୟମରେ ପ୍ରଚାର କରିପାରିବେ ନାହିଁ । ବାହାରୁ ଆସିଥିବା ରାଜନୈତିକ ପ୍ରତିନିଧି, ଦଳୀୟ ସମର୍ଥକ ଓ ପ୍ରଚାର ପ୍ରତିନିଧିମାନେ ବିଧାନସଭା କ୍ଷେତ୍ରରେ ରହିପାରିବେ ନାହିଁ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପୁଷ୍ପେନ୍ଦ୍ର ରାଜପୁତ କହିଛନ୍ତି ।

ପ୍ରଚାର ଅବଧି ଶେଷ ପରେ ବାହାରୁ ଆସିଥିବା ସମସ୍ତ ପ୍ରତିନିଧି, ଯେଉଁମାନଙ୍କୁ ପ୍ରଶାସନ ସୁରକ୍ଷା ଦେଉଥିଲା ସେମାନେ ବିଧାନସଭା କ୍ଷେତ୍ରରେ ରହିପାରିବେନି । ଏହା ନିଶ୍ଚିତ କରିବାକୁ ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ । ଫଳରେ ଆଜି ଶେଷ ଦିନରେ ପ୍ରଚାର ସରଗରମ ହେବା ଆଶା କରାଯାଉଛି । ଆସନ୍ତା ୯ ତାରିଖରେ ହିମାଚଳପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଫଳାଫଳ ଡିସେମ୍ବର ୧୮ରେ ଘୋଷଣା ହେବ ।