ରାତାରାତି ଷ୍ଟାର ବନିଯାଇଥିବା ଏହି ଖେଳାଳୀଙ୍କୁ ଖେଳରେ ସାମିଲ କରାଇବା ପାଇଁ କୋଚ୍ କରିଥିଲେ କରଜ : ଏବେ ସୁନା ଉପରେ ସୁନା ଜିତୁଛନ୍ତି ହିମା ଦାସ

69

ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ଚାଲିଥିବା ୧୮ତମ ଏସିଆନ ଗେମ୍ସରେ ୪୦୦ ମିଟର ଦୈାଡ଼ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ହିମା ଦାସ । ମୁହମ୍ମଦ ଅନାସ, ଏମଆର ପୋୱାମ୍ମା, ହିମା ଦାସ ଓ ରାଜୀବ ଅରୋକିୟାଙ୍କ ଟିମ୍ ୩:୧୫.୭୧ ସମୟ ଦେଇ ସ୍ୱର୍ଣ୍ଣ ଜିତିଛନ୍ତି । ୨୬ ଅଗଷ୍ଟରେ ହିମା ୫୦.୭୯ ସେକେଣ୍ଡରେ ଏହି ରେସ୍ ଦୈାଡ଼ି ନ୍ୟାସନାଲ ରେକର୍ଡ ସୃଷ୍ଟି କରିଛନ୍ତି ।

ଏହା ପୂର୍ବରୁ ହିମା ଦାସ ଫିନଲ୍ୟାଣ୍ଡ ର ଟେମ୍ପେରେ ରେ ୪୦୦ ମିଟର ଟ୍ରାକ୍ ଓ ଫିଲ୍ଡରେ ସୁନା ଜିତି ଇତିହାସ ରଚି ସାରିଛନ୍ତି । ଏହି ଇତିହାସ ସୃଷ୍ଟି କରିବାରେ ସେ ହେଉଛନ୍ତି ପ୍ରଥମ ଆଥଲେଟ୍ । ଧୀଙ୍ଗ ଏକ୍ସପ୍ରେସ ନାଁରେ ପ୍ରସିଦ୍ଧ ଥିବା ହିମା ଦାସ ରାତାରାତି ଷ୍ଟାର ବନିଯାଇଛନ୍ତି ।

ହିମା ଦାସଙ୍କ ବିଷୟରେ ଲୋକଙ୍କ ମନରେ ଏକ ଭ୍ରାନ୍ତି ଅଛି ଯେ, ସେ ଏକ ଗରୀବ ପରିବାରରୁ ଆସିଛନ୍ତି । ଯେବେକି ସେମିତି କିଛି ନୁହଁ । ହିମାଙ୍କ ଅନୁସାରେ, ତାଙ୍କର ଯୈାଥ ପରିବାର, ଯେଉଁଥିରେ ପାଖାପାଖି ୧୭ ଜଣ ସଦସ୍ୟ ଅଛନ୍ତି । ତାଙ୍କର ପରିବାର ୧୯ ଏକର ଜମିରେ ଚାଷ କରନ୍ତି ଓ ବର୍ଷ ସାରା ଫସଲ ଅମଳ କରନ୍ତି । ପୋଖରୀରେ ମାଛ ପାଳନ କରନ୍ତି । କହିବାର ତାତ୍ପର୍ଯ୍ୟ କି ତାଙ୍କର ଖାଦ୍ୟପାନୀୟରେ କୈାଣସି ଅସୁବିଧା ହୁଏନି ।

ପ୍ରତ୍ୟେକ ବଡ଼ ଷ୍ଟାରଙ୍କ କାହାଣୀର ଆରମ୍ଭ ଯେଭଳି ହୁଏ, ସେମିତି ହିମାଙ୍କ କାହାଣୀ ମଧ୍ୟ । ହିମାଙ୍କ ପ୍ରତିଭା ସର୍ବପ୍ରଥମେ ୨୦୧୪ ବର୍ଷରେ ଏକ ଇଣ୍ଟର ସ୍କୁଲ ଦୈାଡ଼ ପ୍ରତିଯୋଗିତା ସମୟରେ ନବୋଦୟ ସ୍କୁଲର ଟ୍ରେନର ଶମ୍ସ-ଉଲ୍-ହକ୍ ଚିହ୍ନି ପାରିଥିଲେ । ଶମ୍ସ ତାଙ୍କୁ ଟ୍ରେନର ଗୈାରୀଶଙ୍କର ରାୟ ସହିତ ଭେଟ କରାଇଲେ, ଯିଏକି ପରେ ହିମାଙ୍କୁ ଖେଳ ଓ ଯୁବ କଲ୍ୟାଣ ନିର୍ଦ୍ଦେଶାଳୟର କୋଚ୍ ନିପୋନ୍ ଦାସ ଓ ନବୋଜିତ୍ କୈାରଙ୍କ ସହ ସାକ୍ଷାତ କରାଇଲେ । ହିମାଙ୍କ ଉପରେ ଉଭୟଙ୍କ ଏତେ ବିଶ୍ୱାସ ଥିଲା ଯେ, ୨୦୧୭ରେ ନୈରୋବୀରେ ହୋଇଥିବା ୟୁଥ୍ ୱାଲ୍ଡ ଚାମ୍ପିଆନସିପ୍ ପାଇଁ ସେମାନେ କରଜ ବି ନେଇଥିଲେ । ହିମା ସେଠି ଦୈାଡ଼ି ପାରନ୍ତୁ ବୋଲି । ହିମା ଟେମ୍ପେରେ ରେ ନିଜର ବିଜୟ ପରେ ଘର ଲୋକଙ୍କୁ ଫୋନରେ ଜଣାଇଥିଲେ । ତାଙ୍କ ଘର ଲୋକଙ୍କୁ ଏହାର ଆଭାସ ବି ନଥିଲା । ଯେତେବେଳେ ସକାଳେ ମିଡିଆ ତାଙ୍କ ଘରକୁ ଗଲେ, ସେମାନେ ଖୁସିରେ ବିଭୋର ହୋଇଗଲେ ।

ହିମା କେବଳ ନିଜ ଖେଳକୁ ନେଇ ଉର୍ଜ୍ଜାବାନ୍ ନୁହଁନ୍ତି ବରଂ ଆସାମରେ ହେଉଥିବା ଅପରାଧ ଓ ଅନ୍ୟ ସମସ୍ୟା ପାଇଁ ବି ସେତିକି ବ୍ୟସ୍ତ ରହନ୍ତି । ୨୦୧୩ରେ ସେ ଏକ ସମାଜକର୍ମୀ ଦଳ ଗଠନ କରିଛନ୍ତି, ଯାହାର ନାଁ ‘ମୋନ ଜଇ’(ମେରୀ ଚାହତ) । ଟେମ୍ପେରେ ରେ ଭାରତୀୟ ତ୍ରିରଙ୍ଗା ସହିତ ଆସାମର ଗାମୁଛା ଦେଖାଯିବା ତାଙ୍କର ଆସାମ ପ୍ରତି ଥିବା ପ୍ରେମକୁ ସୂଚାଏ ।