ପାକ୍ ବୋମାକୁ ନେଇ ଚିନ୍ତାରେ ହିଲାରୀ : ପାକିସ୍ତାନ ସରକାରକୁ କବଜା କରିପାରନ୍ତି ଜିହାଦୀ

20

କନକ ବ୍ୟୁରୋ : ଅନ୍ୟପଟେ ପାକିସ୍ତାନରେ ପରମାଣୁ ବୋମାକୁ ଜିହାଦୀମାନେ କବଜା କରିପାରନ୍ତିି ବୋଲି ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ହିଲାରୀ କ୍ଲିଂଟନ ଆଶଙ୍କା କରିଛନ୍ତି । ହିଲାରୀ ଗତ ଫେବୃୟାରୀ ମାସରେ ନିଜ ସମର୍ଥକଙ୍କ ସହ ଏକ ଗୁପ୍ତ ବୈଠକରେ ଏହି ଆଶଙ୍କା ବ୍ୟକ୍ତ କରିଥିବାର ଅଡିଓ ଲିକ୍ ହୋଇଛି । ହିଲାରୀ ଏହି ଅଡିଓରେ ଆଶଙ୍କା କରିଛନ୍ତି ଯେ ପାକିସ୍ତାନରେ ସରକାର ବଦଳି ପାରେ । ଜିହାଦୀମାନେ ପରମାଣୁ ବୋମାକୁ କବଜାକୁ ନେଇ ଆତ୍ମଘାତି ବୋମା ଭାବେ ବ୍ୟବହାର କରିପାରନ୍ତି । ଯାହାକି ଚିନ୍ତାର ବିଷୟ, ୟୁଏସଏର ନ୍ୟୁୟର୍କ ଟାଇମ୍ସ ଏହି କଥା ପ୍ରକାଶ ପାଇଛି । ଡେମୋକ୍ରାଟିକ୍ ପାର୍ଟିର କମ୍ପ୍ୟୁଟରକୁ ହ୍ୟାକ୍ କରି ଏହି ଅଡିଓ ଲିକ୍ ହୋଇଥିବା କୁହାଯାଇଛି ।