ଏଣିକି ଟ୍ରେନ୍ ରେ ବିନା ଟିକେଟ୍ ରେ ଯାତ୍ରା କରିବା ଲୋକଙ୍କୁ ପଡିବ ଆହୁରି ମହଙ୍ଗା : ଦେବାକୁ ପଡିପାରେ ୪ ଗୁଣା ଅଧିକ ଜରିମାନା

18

ଭାରତୀୟ ରେଳବାଇ ଯାତ୍ରୀଙ୍କ ସୁବିଧାରେ ବୃଦ୍ଧି କରିବା ଅଧିନରେ ଏବେ ବିନା ଟିକେଟ୍ ରେ ଯାତ୍ରା କରୁଥିବା ଲୋକଙ୍କ ବିରୁଦ୍ଧରେ କଡା ନିୟମ ଆଣିବାକୁ ଯାଉଛି । ଏହି ନିୟମ ଲାଗୁ ହେବା ପରେ ଟ୍ରେନ୍ ରେ ବିନା ଟିକେଟ୍ ରେ ଯାତ୍ରା କରୁଥିବା ଲୋକଙ୍କ ବ୍ୟାଣ୍ଡ ବାଜିବ । ପ୍ରକୃତରେ ପଶ୍ଚିମ ରେଳବାଇ ବିନା ଟିକେଟରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ କଡା କାଯ୍ରା୍ୟନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତାବ ଦେଇଛନ୍ତି । ପଶ୍ଚିମ ରେଳବାଇର ପ୍ରସ୍ତାବ ଯଦି ରେଳବାଇ ବୋର୍ଡ ମାନି ନିଏ, ତେବେ ଟ୍ରେନରେ ଟିକେଟ ନ କରିକି ଯାତ୍ରା କଲେ ଏବେ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡିବ । ଏବେ ଜରିମାନା ରାଶି କେବଳ ୨୫୦ ଟଙ୍କା ଅଛି । ପଶ୍ଚିମ ରେଳବାଇ ବିନା ଟିକେଟ୍ ଯାତ୍ରୀଙ୍କ ଉପରେ କଡା କାଯ୍ରା୍ୟନୁଷ୍ଠାନ ପାଇଁ ଏହି ମୂଲ୍ୟକୁ ୪ ଗୁଣା ବୃଦ୍ଧି କରିବାର ପ୍ରସ୍ତାବ ଦେଇଛନ୍ତି ।

ଏହି ପ୍ରସ୍ତାବ ଉପରେ ରେଳବାଇ ବୋର୍ଡ କୈାଣସି ନିର୍ଣ୍ଣୟ ନେଇ ନାହାଁନ୍ତି । ଏହା ଉପରେ ବିଚାର କରିବାକୁ ଆଶ୍ୱାସନା ଦେଇଛନ୍ତି । ଏବେ ବିନା ଟିକେଟ୍ ରେ ଯାତ୍ରା କଲେ ରେଲୱେ ତରଫରୁ ୨୫୦ ଟଙ୍କା ଜରିମାନା ଲଗାଯାଏ । ପଶ୍ଚିମ ରେଳବାଇ ଏହି ଜରିମାନା ରାଶିକୁ ବଢ଼ାଇ ସିଧା ୧୦୦୦ ଟଙ୍କା କରିବାର ପ୍ରସ୍ତାବ ଦେଇଛନ୍ତି । ଏହା କରିବା ଦ୍ୱାରା ଅବୈଧ ଯାତ୍ରା କରୁଥିବା ଲୋକଙ୍କ ସଂଖ୍ୟା କମିବାକୁ ନେଇ ରେଳବାଇର ଆଶା ।

ବର୍ଷ ୨୦୦୨ ପର୍ଯ୍ୟନ୍ତ ରେଲୱେ ବିନା ଟିକେଟ ଯାତ୍ରୀଙ୍କୁ ଜରିମାନା ଭାବେ କେବଳ ୫୦ ଟଙ୍କା ହିଁ ନେଉଥିଲା । କିନ୍ତୁ ୨୦୦୨ରେ ଏହି ରାଶିକୁ ବଢ଼ାଇ ୨୫୦ ଟଙ୍କା କରିଦିଆଯାଇଛି । ସୂଚନା ମୁତାବକ, ମଧ୍ୟ ରେଳବାଇରେ ପ୍ରତିଦିନ ପାଖାପାଖି ୩ ହଜାର, ଯେବେକି ପଶ୍ଚିମ ରେଳବାଇରେ ପାଖାପାଖି ୧୩୦୦ ଯାତ୍ରୀ ବିନା ଟିକେଟ୍ ରେ ଯାତ୍ରା କରୁଥିବା ସମୟରେ ଧରାପଡିଛନ୍ତି ।