ରାଜଧାନୀରେ ଲୁଟେରା ଆତଙ୍କ ! ପୋଲିସ କବଜାରେ ୪ ହାଇପ୍ରୋଫାଇଲ ଲୁଟେରା

43

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ: ରାଜଧାନୀ ଭୁବନେଶ୍ୱରରେ ଲୁଟେରା ଆତଙ୍କ । ଆଉ ଏହି ଲୁଟେରା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସାଜିଛନ୍ତି ଇଂଜିନିୟରିଂ ଛାତ୍ର । ଭୁବନେଶ୍ୱର ଖଣ୍ଡଗିରି ଅଂଚଳରେ ସକ୍ରିୟ ହୋଇଛନ୍ତି ଏହି ହାଇପ୍ରୋଫାଇଲ ମୋବାଇଲ ଲୁଟେରା ।

ପାଖାପାଖି ଦୁଇ ମାସ ହେବ ଏହି ଗ୍ୟାଙ୍ଗ ଯାତ୍ରୀଙ୍କଠାରୁ ବହୁ ସଂଖ୍ୟକ ମୋବାଇଲ ଓ ବାଇକ ଲୁଟ୍ କରିଥିଲେ । ଶେଷରେ କମିଶନରେଟ ପୋଲିସ କବଜାରେ ପଡିଛନ୍ତି ଏହି ୪ ହାଇପ୍ରୋଫାଇଲ ଲୁଟେରା । କମିଶନରେଟ ପୋଲିସର ଏକ ସ୍ୱତନ୍ତ୍ର ଟିମ ମାଷ୍ଟରମାଇଣ୍ଡ ସହ ୪ ଲୁଟେରାଙ୍କୁ ଗିରଫ କରିଛି । ସେମାନେ ହେଲେ ଆଶିଷ ପ୍ରଧାନ, ଇଂଜନିୟରିଂ ଛାତ୍ର କ୍ରିତେଶ୍ୱର ଷଡଙ୍ଗୀ ଓ ବିଶେଶ୍ୱର ଷଡଙ୍ଗୀ ।

ତେବେ ଗିରଫ ଅଭିଯୁକ୍ତଙ୍କ ନିକଟରୁ ପ୍ରାୟ ୧୦ ଲକ୍ଷ ଟଙ୍କାର ୬୩ଟି ମୋବାଇଲ ଫୋନ, ୨ଟି ଚୋରା ବାଇକ ପୋଲିସ ଜବତ କରିଛି । ସନ୍ଧ୍ୟା ସମୟରେ ଖଣ୍ଡରିରିଠାରୁ ଜାଆଁଳା ପର୍ଯ୍ୟନ୍ତ ଅଂଚଳରେ ଏହି ଗ୍ୟାଙ୍ଗ ଲୁଟ୍ କରନ୍ତି ।