ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜପଥ କଡରୁ ହଟିଲା ମଦଦୋକାନ ! ବାର ଓ ପବରେ କାମ ହରାଇଲେ ଯୁବକଯୁବତୀ

31

କନକ ବ୍ୟୁରୋ : ରାଜପଥ କଡ଼ରୁ ୫୦୦ ମିଟର ଦୂରତା ଭିତରେ ମଦ ବିକ୍ରି ହୋଇପାରିବ ନାହିଁ ବୋଲି ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେବାପରେ ଏବେ ନିଜର ଜୀବିକା ନେଇ ସନ୍ଦେହରେ ପଡ଼ିଯାଇଛନ୍ତି ଅନେକ ବାର୍ କର୍ମଚାରୀ ଓ ଡ୍ୟାନସର । ଏଭଳି ପଦକ୍ଷେପ ପର୍ଯ୍ୟଟନ ଶିଳ୍ପରେ କ୍ଷତି ପହଂଚାଇବ ବୋଲି ବାର୍ ଓ ରେଷ୍ଟୁରାଂଟ୍ ମାଲିକମାନେ କହୁଥିବା ବେଳେ ଓଡ଼ିଶା ପ୍ରାୟ ୧୧ ଶହ କୋଟି ଟଙ୍କାର ରାଜସ୍ୱ ହରାଇବ ବୋଲି ସରକାରୀ ଭାବେ କୁହାଯାଉଛି ।

ତେବେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ଓଡ଼ିଶାରେ ୧୧୬୭ ମଦଦୋକାନ ଓ ବାର୍ ବନ୍ଦ ହୋଇଯାଇଛି । ଏହା ଭିତରେ ୨୦୫ଟି ରେଷ୍ଟୁରାଂଟରେ ଓ ୬୦ଟି ହୋଟେଲର ବାର୍ ବି ରହିଛି । ୫୧ଟି ବିଅର୍ ପାର୍ଲର ଓ ଗୋଟିଏ ମିଲିଟାରୀ କ୍ୟାଂଟିନ୍ ବି ରହିଛି । କେବଳ ଖୋର୍ଦ୍ଧା ଜିଲ୍ଲାରେ ୨୫ଟି ହୋଟେଲ୍ ଓ ରେଷ୍ଟୁଂରାଟ୍ ବି ଏହି ନିର୍ଦ୍ଦେଶରେ ପ୍ରଭାବିତ ହୋଇଛନ୍ତି ।

ରାଜପଥରେ ମଦ ପିଇ ଗାଡ଼ି ଚଳାଇବା ଘଟଣା ରୋକିବା ପାଇଁ ସୁପ୍ରିମକୋର୍ଟ ଦେଇଥିଲେ ଏଭଳି ଏକ ନିର୍ଦ୍ଦେଶ । ଏହାଦ୍ୱାରା ପର୍ଯ୍ୟଟନ ଶିଳ୍ପ କ୍ଷତିଗ୍ରସ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଥିଲେ ବି ଚାକିରି ହରାଉଥିବା ଲୋକଙ୍କୁ ଥଇଥାନ କରିବା ପାଇଁ ସରକାର କୌଣସି ଯୋଜନା କରିିନାହାନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –