ଉଚ୍ଚଶିକ୍ଷା ଆଗ୍ରହୀ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର : ରାଜ୍ୟ ସରକାର ଆରମ୍ଭ କଲେ କଳିଙ୍ଗ ଶିକ୍ଷା ସାଥୀ ଯୋଜନା

0

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଉଚ୍ଚଶିକ୍ଷା ଆଗ୍ରହୀ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ରାଜ୍ୟ ସରକାର ଆରମ୍ଭ କଲେ କଳିଙ୍ଗ ଶିକ୍ଷା ସାଥୀ ଯୋଜନା । ଏହି ଯୋଜନା ଜରିଆରେ ସବୁ ବର୍ଗର ଛାତ୍ରଛାତ୍ରୀଙ୍କୁ ବ୍ୟାଙ୍କରୁ ଏକ ପ୍ରତିଶତ ସୁଦ୍ଧ ହାରରେ ମିଳିବ ଶିକ୍ଷା ଲୋନ୍ । ଏନେଇ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ୫୦୦ କୋଟି ଟଙ୍କା ଖର୍ଚ୍ଚ କରିବେ । ପୂର୍ବରୁ ଶିକ୍ଷା ଲୋନ୍  ପାଇଁ ବ୍ୟାଙ୍କ ନେଉଥିଲା ୧୧ ପ୍ରତିଶତ । ଏଣିତି ଛାତ୍ରଛାତ୍ରୀ ଦେବେ ଏକ ପ୍ରତିଶତ, ବାକି ୧୦ ପ୍ରତିଶତ ବହନ କରିବେ ରାଜ୍ୟ ସରକାର । ବିଜୁ ଜନ୍ମ ଶତବାର୍ଷିକୀ ଅବସରରେ ଏହି ଯୋଜନା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ସମର୍ପିତ କରାଯାଇଛି । ଏହା ଦ୍ୱାରା ଶିକ୍ଷା ପ୍ରତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସକରାତ୍ମକ ଚିନ୍ତାଧାରା ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

Comments are closed.