ଆଖି ମାରିଲେ ଆକ୍ସନ : ରାଜ୍ୟରେ ରାଗିଂ ରୋକିବା ନେଇ ସରକାରଙ୍କ କଡା ଆଭିମୁଖ୍ୟ, ରାଗିଂ କଲେ କଲେଜରୁ ହେବେ ବହିଷ୍କାର

34

କନକ ବ୍ୟୁରୋ: ଦେଶରେ ରାଗିଂ ଘଟଣା ବଢ଼ିଚାଲିଥିବା ବେଳେ ଓଡିଶାରେ ମଧ୍ୟ ର୍ୟାଗିଂ ଘଟଣା ସରକାରଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଏନେଇ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସଙ୍କ ସୁଚନା, ଏଣିକି କଲେଜରେ ଆଖି ମାରିଲେ ବି ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଏନେଇ ସମସ୍ତ ଶିକ୍ଷାନୁଷ୍ଠାନକୁ ସର୍କୁଲାର ଜାରି କରିବା ପାଇଁ ଉଚ୍ଚଶିକ୍ଷା ସଚିବଙ୍କୁ ବିଭାଗୀୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

କଲେଜ ପରିସରରେ କୌଣସି ରାଗିଂକୁ ବରଦାସ୍ତ କରାଯିବ ନାହିଁ । ଏଭଳିକି ରାଗିଂରେ ସଂପୃକ୍ତ ଥିବା ଛାତ୍ରଛାତ୍ରୀଙ୍କୁ ବିରୋଧରେ ଅଭିଯୋଗ ପ୍ରମାଣିତ ହେଲେ ସେମାନଙ୍କୁ କଲେଜରୁ ବହିଷ୍କାର କରିବା ପାଇଁ ମଧ୍ୟ ବିଭାଗୀୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ । ରାଜ୍ୟରେ ୨୦୧୭ ମସିହାରେ ହୋଇଛି ୪୬ ଟି ରାଗିଂ ଅଭିଯୋଗ । ଶିକ୍ଷାନୁଷ୍ଠାନ ଗୁଡିକରେ ଛାତ୍ରଛାତ୍ରୀଙ୍କୁ ରାଗିଂ ଘଟଣା ଯଥେଷ୍ଟ ବୃଦ୍ଧି ପାଇଛି । ଜୁନିୟର, ଡିଗ୍ରୀ, ସ୍ୱୟଂଶାସିତ କଲେଜ ଏବଂ ବିଶ୍ୱବିଦ୍ୟାଳୟ ସହିତ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡିକରେ ଛାତ୍ରଛାତ୍ରୀମାନେ ରାଗିଂର ଶିକାର ହେଉଛନ୍ତି ।

ତେଣୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଏନେଇ କଡା ଅଭିମୁଖ୍ୟ ଗ୍ରହଣ କରିବା ସହ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଗିଂରେ ସଂପୃକ୍ତିଥିବା ଛାତ୍ରଛାତ୍ରୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରିକି ଦୋଷୀ ସାବ୍ୟସ୍ତ ହୋଇଥିବା ରାଗିଂକାରୀଙ୍କୁ ଶିକ୍ଷାନୁଷ୍ଠାନରୁ ବହିଷ୍କାର କରିବା ନେଇ ସର୍କ୍ୟୁଲାର ଜାରି କରିବାକୁ ସଚିବଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।