ଚିଟଫଣ୍ଡ ଅଭିଯୁକ୍ତଙ୍କ ସପକ୍ଷରେ ବାହାରିଲେ ହାଇକୋର୍ଟ ଆଇନଜୀବୀ

27

କଟକ ବ୍ୟୁରୋ ,କନକ ନ୍ୟୁଜ୍ : ଚିଟଫଣ୍ଡ ଅଭିଯୁକ୍ତଙ୍କ ସପକ୍ଷରେ ବାହାରିଲେ ଆଇନଜୀବୀ । ବରିଷ୍ଠ ଆଇନଜୀବୀ ଦେବାଶିଷ ପଣ୍ଡାଙ୍କୁ ଗିରଫ ପ୍ରତିବାଦରେ ହାଇକୋର୍ଟ ଆଇନଜୀବୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଡାକରା ଦେଇଛନ୍ତି । ୮ ତାରିଖ ଦିନ ବୈଠକ ପରେ ପରବର୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି ବାର ଆସୋସିଏସନ ପକ୍ଷରୁ କୁହାଯାଇଛି । ଅର୍ଥତତ୍ୱ ମୁଖ୍ୟ ପ୍ରଦୀପ ସେଠୀଙ୍କୁ ଜେରା ପରେ ଦେବାଶିଷ ପଣ୍ଡାଙ୍କ ଏଟି ସହ ଲିଙ୍କ ଥିବା ଜଣାପଡିବା ପରେ ଗତକାଲି ତାଙ୍କୁ ଗିରଫ କରାଯାଇଥିଲା । ପୂର୍ବତନ ଆଡଭୋକେଟ୍ ଜେନେରାଲ୍ ଅଶୋକ ମହାନ୍ତି ଅର୍ଥତତ୍ୱ ଠାରୁ କିଣିଥିବା ଘର କାଗଜପତ୍ରରେ ସାକ୍ଷୀ ଭାବେ ଦସ୍ତଖତ କରିଥିଲେ ଦେବାଶିଷ ପଣ୍ଡା । ଅର୍ଥତତ୍ୱ ସହ ଲିଙ୍କ ନେଇ ଗିରଫ ହୋଇଥିବା ପୂର୍ବତନ କ୍ରାଇମବ୍ରାଂଚ ଡିଏସପି ପ୍ରମୋଦ ପଣ୍ଡାଙ୍କୁ ଜେରା ସମୟରେ ସିବିଆଇ ଦେବାଶିଷଙ୍କ ସଂପୃକ୍ତି ନେଇ ତଥ୍ୟ ପାଇଥିଲା । ପ୍ରଦୀପଙ୍କୁ ଜେରା କରିବା ପରେ ସୂଚନା ଅନୁସାରେ ଦେବାଶିଷ ପଣ୍ଡାଙ୍କୁ ସିବିଆଇ ଗିରଫ କରିଛି ।