ରାତି ୧୦ ପରେ ଯାତ୍ରା ବନ୍ଦ ! ଜାଣନ୍ତୁ କେଉଁ ଗ୍ରାମପଞ୍ଚାୟତ ପାଇଁ ଏଭଳି ନିର୍ଦ୍ଦେଶ ଦେଲେ ହାଇକୋର୍ଟ

394

କନକ ବ୍ୟୁରୋ : ରାତି ୧୦ଟା ପରେ ଯାତ୍ରା ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଅବଶ୍ୟ ଏହି ନିର୍ଦ୍ଦେଶ ଆଠଗଡର କୋଲେଇଲୋ ଗ୍ରାମପଞ୍ଚାୟତ ପାଇଁ କାଯ୍ୟକାରୀ ହେବ । ପିଲାମାନଙ୍କ ପାଠପଢାରେ ଅସୁବିଧା ନେଇ ସ୍ଥାନୀୟ ଜନ ପ୍ରତିନିଧି ସରପଂଚ, ୱାଡମେମ୍ବର ଓ ଅଭିଭାବକମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଗତ ଡିସେମ୍ବର ମାସରେ ଏ ସମ୍ପର୍କରେ ରାୟ ଦେଇ କୋର୍ଟ କହିଛନ୍ତି ରାତି ୧୦ଟା ପରେ ଯାତ୍ରା ଅନୁଷ୍ଠିତ ହେଲେ ସ୍ଥାନିୟ ପ୍ରଶାସନ ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ।

ରାତି ୧୦ଟା ପରେ ଯାତ୍ରା ଦ୍ୱାରା ପିଲାମାନଙ୍କ ପାଠପଢାରେ ଅସୁବିଧା ହେଉଛି ଏବଂ ଶାନ୍ତ ପରିବେଶ ନଷ୍ଟ ହେଉଛି ବୋଲି ଅଭିଯୋଗ କରି ହାଇକୋର୍ଟଙ୍କ ହସ୍ତକ୍ଷପ ଲୋଡିଥିଲେ ଆବେଦନକାରୀ । ଯାତ୍ରା ପରମ୍ପରା ଅନୁସାରେ ଓଡିଶାରେ ରାତି ୧୧ଟା ୧୨ଟା ପରେ ଯାତ୍ରା ହୁଏ । ଏବଂ ପ୍ରାୟ ସାରା ରାତି ଏହି ଯାତ୍ରା ଚାଲେ । ତେବେ ହାଇକୋର୍ଟ ଆବେଦନ ହୋଇଥିବା କେବଳ କୁଲେଇଲୋ ଗ୍ରାମ ପଂଚାୟତ ପାଇଁ ଏହି ନିର୍ଦ୍ଦେଶ ଦେଇଛନ୍ତି ।