ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଦିଲ୍ଲୀ ସହ ଦେଶର ଅନ୍ୟ ବିମାନବନ୍ଦରରେ ହାଇଆଲର୍ଟ ଜାରି

47

କନକ ବ୍ୟୁରୋ : ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ଓ ଏହାର ଆଖପାଖ ଅଂଚଳରେ ଆତଙ୍କବାଦୀମାନେ ଆକ୍ରମଣ କରିପାରନ୍ତି ବୋଲି ଗୁଇନ୍ଦା ସìତ୍ରରୁ ସୂଚନା ମିଳିଛି । ଏହାକୁ ଆଧାର କରି ଦିଲ୍ଲୀ ସହ ଦେଶର ଅନ୍ୟ ବିମାନବନ୍ଦରରେ ହାଇଆଲର୍ଟ ଜାରି କରାଯାଇଛି । ସୁରକ୍ଷା ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ଆତଙ୍କବାଦୀମାନେ ନିଜ ଶରୀରରେ ବା ପଶୁଙ୍କ ଶରୀରରେ ବିସ୍ଫୋରକ ପୁରାଇ ବିସ୍ଫୋରଣ କରିପାରନ୍ତି । ଏହାଛଡା ଆତଙ୍କବାଦୀମାନେ ପରଫ୍ୟୁମ୍ ବୋତଲ ବା କଂପୁଟରରେ ବିସ୍ଫୋରଣ କରିପାରନ୍ତି ବୋଲି ସୁରକ୍ଷା ଅଧିକାରୀମାନେ କହିଛନ୍ତି ।

ନ୍ୟୁଜ ସହ ଦେଖନ୍ତୁ ଏହି ଭିଡିଓ :