ବଡମ୍ବାରେ ବଡ ଲଢେଇ । ବିଧାୟକ ବାଛୁଛନ୍ତି ଜନତା, ନେତାଙ୍କ ଛାତିରେ ଛନକା ।

380

କନକ ବ୍ୟୁରୋ : ବଡମ୍ବାରେ ବାଜି ମାରିବ କିଏ? କାହାକୁ ଆଗାମୀ ୫ ବର୍ଷ ପାଇଁ ନିଜର ନେତା ବାଛିବେ ଜନତା । ରାଜନୀତିର ବଡ ଚେହେରା ମୈଦାନକୁ ଓହ୍ଲାଇଥିବା ବେଳେ ଲୋକେ କାହା ନାଁରେ ମୋହର ମାରୁଛନ୍ତି ତାହା ସବୁଠୁ ବଡ ପ୍ରଶ୍ନ । ବଡମ୍ବାରେ ନୂଆ ଭୋଟରଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି । ତେବେ ପୂର୍ବ ନିର୍ବାଚନରେ କେଉଁ ଦଳର ପ୍ରଦର୍ଶନ କିଭଳି ଥିଲା ତାହା ଉପରେ ନଜର ପକାନ୍ତୁ ।

୨୦୧୯ର ଲଢେଇ
ବିଜେଡି: ଦେବୀ ପ୍ରସାଦ ମିଶ୍ର
କଂଗ୍ରେସ: ବବି ମହାନ୍ତି
ବିଜେପି: ବିଜୟ ଦଳ ବେହେରା

ବିଜେଡି: ଦେବୀ ପ୍ରସାଦ ମିଶ୍ର
– ୫ଥର ବିଧାୟକ
– ପୂର୍ବତନ ମନ୍ତ୍ରୀ ( ଗଣଶିକ୍ଷା )
– ବିଜେଡି ଉପସଭାପତି
– ବରିଷ୍ଠ ନେତା , ବଡମ୍ବାର ଲୋକପ୍ରିୟ ନେତା

କଂଗ୍ରେସ: ବବି ମହାନ୍ତି
– କଂଗ୍ରେସର ନୂଆ ଚେହେରା
– ପ୍ରଥମଥର ନିର୍ବାଚନ ଲଢୁଛନ୍ତି
– ଯୁବନେତା ଓ ସଂଗଠକ

ବିଜେପି: ବିଜୟ ଦଳ ବେହେରା
– ପୂର୍ବତନ ସରପଂଚ
– ପ୍ରଥମଥର ବିଧାୟକ ପ୍ରାର୍ଥୀ

ନିର୍ବାଚନ ମଣ୍ଡଳୀ ତଥ୍ୟ
– ବଡମ୍ବା ଏବଂ ନରସିଂହପୁର ବ୍ଳକ୍କୁ ନେଇ ବଡମ୍ବା ନିର୍ବାଚନମଣ୍ଡଳୀ
– ୧୯୫୭ରେ ଗଠନ ହୋଇଥିଲା
– କଟକ ଲୋକସଭା କ୍ଷେତ୍ର ଅନ୍ତର୍ଭୁକ୍ତ
– ବିଜେଡିର ଦବଦବା ରହିଛି
– ବିଜେଡିର ଦେବୀପ୍ରସାଦ ମିଶ୍ର ଲଗାତର ୫ଥର ବିଧାୟକ

୨୦୧୪ର ଲଢେଇ
– ମୈଦାନରେ ଥିଲେ ମୋଟ ୧୧ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୨ ଲକ୍ଷ ୧୪ ହଜାର ୩୧୨
– ମତ ଦେଇଥିଲେ – ୧ ଲକ୍ଷ ୫୭ ହଜାର ୫୦୧
– ଭୋଟଦାନ ହାର – ୭୩.୪୯%

୨୦୧୪ର ଫଳାଫଳ
ପ୍ରାର୍ଥୀ                           ଦଳ               ଭୋଟ             ପ୍ରତିଶତ          ଫଳାଫଳ
ଦେବୀପ୍ରସାଦ ମିଶ୍ର         ବିଜେଡି            ୯୧,୭୭୨          ୫୮.୨୭%          ବିଜୟୀ
ଲକ୍ଷ୍ମୀ ଦେବୀ               କଂଗ୍ରେସ           ୨୩,୭୬୧         ୧୫.୦୯%          ପରାସ୍ତ
ବିଭୁଦତ ପଟ୍ଟନାୟକ      ବିଜେପି            ୧୪,୨୨୬           ୯.୦୩%           ପରାସ୍ତ
ସୂର୍ଯ୍ୟକିଶୋର ମହାନ୍ତି    ସ୍ୱାଧୀନ            ୧୭୨୦୦            ୧୦.୯୨              ପରାସ୍ତ

କିଏ ମାରିଥିଲା ବାଜି?
– ବିଜେଡିର ଦେବୀପ୍ରସାଦ ମିଶ୍ର ନିର୍ବାଚନ ଜିତିଥିଲେ
– ୯୧ ହଜାର ୭୭୨ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
– କଂଗ୍ରେସ ପ୍ରାର୍ଥୀ ଲକ୍ଷ୍ମୀ ଦେବୀଙ୍କୁ ପରାସ୍ତ କରିଥିଲେ
– ୬୮ ହଜାର ୦୧୧ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ସ୍ୱାଧୀନ ପ୍ରାର୍ଥୀ ସୂର୍ଯ୍ୟକିଶୋର ମହାନ୍ତି ୧୭ ହଜାର ୨୦୦ ଭୋଟ୍ ପାଇ ତୃତୀୟରେ ଥିଲେ
– ୭ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ