ପଦ୍ମ ଧରିଲେ, ହେଲିକପ୍ଟରରେ ଉଡି ପ୍ରଚାରରେ ଗଲେ ଅପରାଜିତା ! ଅନୁକମ୍ପା ଭୋଟ ପାଇଁ କାନ୍ଦିଲେ ରୀତା, ବିଶାଳ ରାଲି ବାହାର କଲା କଂଗ୍ରେସ

90

କନକ ବ୍ୟୁରୋ : ବିଜେପୁର ନିର୍ବାଚନ ପାଇଁ ସମୟ ଯେତିକି ପାଖେଇ ଆସୁଛି, ବିଜେପୁର ପ୍ରଚାର ମୈଦାନ ସେତିକି ସରଗରମ ହେବାରେ ଲାଗିଛି । ଆଜି ବିଜେପିରେ ଯୋଗ ଦେଇ ସିଧା ବିଜେପୁର ପ୍ରଚାର ମୈଦାନକୁ ଓହ୍ଲାଇଥିଲେ ଭେଟେରାନ୍ ଓଲିଉଡ୍ ଅଭିନେତ୍ରୀ ଅପରାଜିତା ମହାନ୍ତି । ସେପଟେ ବିଜେଡି ପ୍ରାର୍ଥୀ ରିତା ସାହୁଙ୍କ ଆଖିରୁ ଆଜି ଲୁହ ଝରିଛି । ସ୍ୱାମୀ ସୁବଳ ସାହୁଙ୍କ ଅପରାଜେୟ ବିଜେପୁର ଗଡ ସ୍ତ୍ରୀଙ୍କ ହାତକୁ ଫେରାଇଦେବା ପାଇଁ ଅପିଲ କରିଛି ବିଜେଡି । ସେପଟେ କଂଗ୍ରେସ ବି ଉତ୍ସାହିତ ହୋଇଉଠିଛି । ବରିଷ୍ଠ ନେତା ଏକଜୁଟ୍ ହୋଇଛନ୍ତି ବିଜେପୁର ପାଇଁ ।

Aparajita-Mohanty jions bjp taodayବିଜେପୁର ପ୍ରଚାର ପଡିଆରେ ଉଡିଲା ଭେଟେରାନ ଅଭିନେତ୍ରୀ ଅପରାଜିତାଙ୍କ ହେଲିକପ୍ଟର । କଂଗ୍ରେସର ହାତ ଛାଡି ପଦ୍ମ ଧରିବା ପରେ ଭାରତୀୟ ଜନତା ପାର୍ଟି ପାଇଁ ପ୍ରଚାର କରିବାକୁ ସିଧା ପହଂଚିଲେ ବିଜେପୁରରେ । ପୂର୍ବରୁ ନିଜେ ପ୍ରାର୍ଥୀ ହୋଇ ନିଜପାଇଁ ପ୍ରଚାର କରୁଥିଲେ । ଏବେ ବିଜେପିରେ ଯୋଗ ଦେଇ ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ପାଇଁ ଭୋଟ ମାଗିଛନ୍ତି । ଏପରିକି ପ୍ରଚାର ମୈଦାନରେ ପାଦ ଦେଉ ଦେଉ ବିଜେଡିକୁ ଟାର୍ଗେଟ କରିଥିଲେ ଅପରାଜିତା ।

ଅନ୍ୟପଟେ ରୀତା ସାହୁଙ୍କ ଆଖିରେ ଲୁହ । ଯେଉଁ ନିର୍ବାଚନ ମଣ୍ଡଳୀରେ ତାଙ୍କ ସ୍ୱାମୀ ସୁବଳ ସାହୁ ଅପରାଜେୟ ଥିଲେ ଏବେ ସେହି ନିର୍ବାଚନ କ୍ଷେତ୍ରରେ ନିଜ ପାଇଁ ଭୋଟ ମାଗୁଛନ୍ତି ଏହି ବିଜେଡି ପ୍ରାର୍ଥୀ । ରୀତାଙ୍କ ସପକ୍ଷରେ ବିଜେଡି ସବୁ କଳ କୌଶଳ ଲଗାଇ ଦେଇଥିବାବେଳେ ଆଗାମୀ କାଲି ପ୍ରଚାର ପାଇଁ ଆସୁଛନ୍ତି ମୁଖ୍ୟମନ୍ତ୍ରୀ । ଗତ ତନିତିନିଟି ନିର୍ବାଚନରେ କଂଗ୍ରେସ ଦଖଲରେ ଥିବା ଏହି ବିଧାନସଭା ଆସନ ଜିତିବା ବିଜେଡି ପାଇଁ ଗୁରୁତ୍ୱପୂର୍ଣ୍ଣ । କାରଣ ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ଏବେ ବିଜେଡିର ପ୍ରାର୍ଥୀ ।

bijepurଦଳୀୟ ପ୍ରାର୍ଥୀଙ୍କ ପାଇଁ ଲଗାତର ୩ଦିନ ମାରାଥନ ପ୍ରଚାର କରି ଫେରିଯିବା ପରେ ପୁଣି ବିଜେପୁର ଫେରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୁଖ୍ୟମନ୍ତ୍ରୀ ପ୍ରଚାର ମୈଦାନକୁ ଆସିବା ପୂର୍ବରୁ ବିଜେପୁରରେ ଡେରା ପକାଇଛନ୍ତି ଧର୍ମେନ୍ଦ୍ର । ଏହାସହ ବିଜେପୁର ବାସୀ ପରିବର୍ତ୍ତନ ଧାରାରେ ସାମିଲ ହେବେ ବୋଲି ଦୃଢ ଆଶାବାଦୀ ଅଛନ୍ତି ।

ଆଜିକୁ ମିଶାଇ ପ୍ରଚାର ପାଇଁ ହାତରେ ଆଉ ୪ଦିନ । ତେଣୁ ଏକପ୍ରକାର ଶୀର୍ଷରେ ପହଂଚିଛି ତିନି ପ୍ରମୁଖ ରାଜନୈତିକ ଦଳର କ୍ୟାମ୍ପେନିଂ । ଭୋଟ ତାରିଖ ଯେତେ ପାଖଉଛି କଂଗ୍ରେ କ୍ୟାମ୍ପରେ ବି ସେତିକି ଉତ୍ସାହ ଦେଖାଯାଉଛି । ଆଗାମୀ ୨୪ରେ ଭୋଟ ପଡିବାର ୪୮ ଘଂଟା ପୂର୍ବରୁ ସରିବ ପ୍ରଚାର । ହାତରେ ଆଉ ତିନିଦିନ ଥିବାରୁ ନିର୍ବାଚନୀ ପ୍ରଚାରର ବେଗ ବଢାଇ ଦେଇଛନ୍ତି ନେତା । ଆଉ ୨୮ରେ ସ୍ପଷ୍ଟ ହୋଇଯିବ କଣ ଚାହୁଁଛି ବିଜେପୁରର ଜନତା ।