କୂଳ ଲଂଘିଲା ସମୁଦ୍ର ! ଅସ୍ତରଙ୍ଗରେ ସମୁଦ୍ର କୂଳକୁ ମାଡି ଆସିଲା ୨ମିଟର ଉଚ୍ଚର ଜୁଆର

61

କନକ ବ୍ୟୁରୋ : କୂଳ ଲଂଘିଲା ସମୁଦ୍ର । ଅସ୍ତରଙ୍ଗରେ ସମୁଦ୍ର କୂଳକୁ ମାଡି ଆସିଲା ୨ମିଟର ଉଚ୍ଚର ଜୁଆର । କୂଳରେ ବାରମ୍ବାର ପିଟି ହେଉଛି ଉଚ୍ଚ ଲହଡି । ସମୁଦ୍ରର ଢ଼େଉ ମାଡରେ କୂଳରେ ଥିବା ଝାଉଁବଣ ଭିତରକୁ ମାଡି ଯାଇଛି ପାଣି । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ହୋଇପଡିଛି । ସଦୁଦ୍ରର ଏହି ଅଶାନ୍ତ ରୂପ ସମୁଦ୍ରକୂଳିଆ ଲୋକଙ୍କ ମନରେ ଛନକା ଆଣିଛି ।

ସେପଟେ ଲଗାଣ ବର୍ଷା ସାଙ୍ଗକୁ ଉଚ୍ଚ ଜୁଆର ଆସିବା ଫଳରେ ଚାଷ ଜମିକୁ ମାଡିଯାଇଛି ଲୁଣା ପାଣି । ଲଘୁଚାପ ପ୍ରଭାବରେ ପବନ ଘଂଟା ପ୍ରତି ୫୦କିଲୋମିଟରରୁ ଅଧିକ ବେଗରେ ବହୁଛି । ସମୁଦ୍ର ଅଶାନ୍ତ କାରଣରୁ ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବିଙ୍କୁ ବାରଣ କରାଯାଇଛି । ଫଳରେ କୂଳରେ ଅଟକି ରହିଛନ୍ତି ଅନେକ ମାଛ ଧରା ଡଙ୍ଗା ।