ଅନୁଗୁଳରେ ଅସହ୍ୟ ତାତି ! ମାର୍ଚ୍ଚ ମାସ ଆରମ୍ଭରୁ ୪୦ ଡିଗ୍ରୀ ଛୁଇଁଲାଣି ତାପମାତ୍ରା, ସାଧାରଣ ଲୋକେ ଅସ୍ତବ୍ୟସ୍ତ

35

କନକ ବ୍ୟୁରୋ : ଅନୁଗୁଳରେ ଅସହ୍ୟ ଖରାରେ ଅସ୍ତବ୍ୟସ୍ତ ଜୀବନ । ମାର୍ଚ୍ଚ ଆରମ୍ଭରୁ ଅତ୍ୟଧିକ ତାତି ଯୋଗୁଁ ଦିନ ୧୦ଟା ପରେ ଲୋକେ ଘରୁ ବାହାରକୁ ବାହାରୁ ନାହାନ୍ତି । ଗତକାଲି ରାଜ୍ୟର ସବୁଠୁ ଉତପ୍ତ ସହର ଥିଲା ଅନୁଗୁଳ ।ଆଗକୁ ବି ଆହୁରି ପ୍ରବଳ ଖରା ତାତି ଅନୁଭୂତ ହେବା ପୂର୍ବାନୁମାନ କରାଯାଇଛି ।
ମାର୍ଚ୍ଚ ମାସ ଆରମ୍ଭରୁ ଅସହ୍ୟ ତାତି । ଅନୁଗୁଳରେ ତାପାମାତ୍ରା ୪୦ ଡିଗ୍ରୀ ପାଖାପାଖି ପହଚିଂଲାଣି । ଗତକାଲି ରାଜ୍ୟର ସବୁଠୁ ଉତପ୍ତ ସହର ଥିଲା ଅନୁଗୁଳ । ୩୯ ଡିଗ୍ରୀ ୧ ସେଲସିୟସରେ ପହଚିଂଥିଲା ପାରଦ । ତାପମାତ୍ରା ଯେତିକି ବଢୁଛି ଜନଜୀବନ ସେତିକି ପ୍ରଭାବିତ ହେଉଛନ୍ତି ।ଏବେଠୁ ଯଦି ଏତେ ଖରା ଦେଖି ଆଗକୁ ଆହୁରି ୩ ମାସ କେତେ ପରିମାଣର ତାତି ହେବ ସେ ନେଇ ଲୋକେ ଭୟଭୀତ ହୋଇଗଲେଣି ।

ବେଆଇନ ଭାବେ ଗଛ କଟା,କଂକ୍ରିଟ ରାସ୍ତା ନିର୍ମାଣ ଓ କଳକାରଖାନାରୁ ନିର୍ଗତ ଧୂଆ ଓ ପ୍ରଦୂଷଣର ମାତ୍ରା ବୃଦ୍ଧି ଯୋଗୁ ଅନୁଗୁଳରେ ତାପମାତ୍ରା ବୃଦ୍ଧି ପାଉଛି । ଅନୁଗୁଳରେ ଜିନ୍ଦଲ, ଏନଟିପିସି, ଟିଟିପିଏସ ଭଳି କାରଖାନାରୁ ନିର୍ଗର ଧୂଆ ତାପମାତ୍ରା ବୃଦ୍ଧିର ମୁଖ୍ୟ କାରଣ । ଗ୍ରୀଷ୍ମପ୍ରବାହକୁ ନଜରରେ ରଖି ଜିଲ୍ଳା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଉଛି ବୋଲି ଜିଲ୍ଲାପାଳ କହିଛନ୍ତି ।ପାରଦ ଯେତିକି ବଢୁଛି ଜନଜୀବନ ସେତିକି ପ୍ରଭାବିତ ହେଉଛି । ଅତ୍ୟଧିକ ଖରା ଯୋଗୁ ଦିନ ୧୦ଟା ପରେ ଏବେଠୁ ଲୋକେ ଘର ବାହାରିବାକୁ ଭୟ କରୁଛନ୍ତି ।