ଅସ୍ତ୍ରଶସ୍ତ୍ର କିଣିବାରେ ସାଉଦି ପରେ ଭାରତର ସ୍ଥାନ ଏବେ ଦ୍ୱିତୀୟ

21

କନକ ବ୍ୟୁରୋ: ଭାରତ ନିଜ ପରାକ୍ରମ ସୈନ୍ୟବାହିନୀ ବଳରେ ଅତ୍ୟାଧୁନିକ ଶୈଳୀରେ ଉନ୍ନତମାନର ଅସ୍ତ୍ରଶସ୍ତ୍ର କାରବାର ଆରମ୍ଭ କରିଛି ଏବଂ ପ୍ରକ୍ରିୟା ଆରମ୍ଭ କରିବା ପରେ ବିଶ୍ୱର ବହୁ ବିକାଶଶୀଳ ଦେଶମାନଙ୍କ ମଧ୍ୟରୁ ସାଉଦି ଆରବ ପରେ ପରେ ଅସ୍ତ୍ରଶସ୍ତ୍ର କିଣିବାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ।

କଂଗ୍ରେସନାଲ ରିସର୍ଚ୍ଚ ସର୍ଭିସ୍ (ସିଆରଏସ)ର ରିପୋର୍ଟରେ କୁହାଯାଇଛି ଯେ, ୨୦୦୮ରୁ ୨୦୧୫ ବର୍ଷ ମଧ୍ୟରେ ଭାରତ ପାଖାପାଖି ୩୪ ବିଲିୟନ ଡର୍ଲାରର ବିଭନ୍ନ ଅସ୍ତ୍ରଶସ୍ତ୍ର ଉପକରଣ କିଣିଛି । ତେବେ ଏହି ମାମଲାରେ ସବୁଠାରୁ ବଡ କ୍ରେତା ରହିଛି ସାଉଦି ଆରବ । ସାଉଦି ୯୩.୫ ବିଲିୟନ ଡର୍ଲାର ପରିମାଣରର ଯୁଦ୍ଧ ଅସ୍ତ୍ର ସହ ଅସ୍ତ୍ର ଉପକରଣମାନ କିଣି ଥିବାର ସୂଚନା ମିଳିଛି ।

ସିଆରଏସ ଆମେରିକା କଂଗ୍ରେସର ଏକ ଦଳୀୟ ଶୌଧ ଶାଖା ଅଟେ । ଏହି ସଂଗଠନ ସେଠାକାର ସିନେଟରଙ୍କ ପାଇଁ ବ୍ୟାପକ ପ୍ରସଂଗର ସଂଶୋଧନ କରି ରିପୋର୍ଟ ପ୍ରସ୍ତୁତ କରିଥାଏ ।