ହାଇଟେକ କଲେଜର ମେଡିକାଲ ଛାତ୍ରଙ୍କ ଆତ୍ମହତ୍ୟା ! ହଷ୍ଟେଲରୁ ଝୁଲନ୍ତା ମୃତଦେହ ଉଦ୍ଧାର, ମଂଚେଶ୍ୱର ଥାନାରେ ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର

45

କନକ ବ୍ୟୁରୋ : ଭୁବନେଶ୍ୱର ସ୍ଥିତ ହାଇଟେକ କଲେଜର ଜଣେ ମେଡିକାଲ ଛାତ୍ର ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ର ଜଣକ ସୋର ଅଂଚଳର ନିହାର ରଞ୍ଜନ ରାଉତ ବୋଲି ଜଣାପଡ଼ିଛି । ବେକରେ ଦଉଡି ଲଗାଇ ଛାତ୍ର ଜଣକ ଆତ୍ମହତ୍ୟା କରିଛନ୍ତି । ତେବେ କେଉଁ କାରଣରୁ ନିହାର ଆତ୍ମହତ୍ୟା କଲେ ତାହା ଜଣାପଡି ନାହିଁ । ଅନ୍ୟପଟେ ପରିବାର ଲୋକେ ମଂଚେଶ୍ୱର ଥାନାରେ ଏତଲା ଦେଇ ହତ୍ୟା ଅଭିଯୋଗ ଆଣିଛନ୍ତି ।

ସୂଚନା ଅନୁସାରେ  ତାଙ୍କ ପରିବାର ବର୍ଗ କହିଛନ୍ତି, ନିହାରଙ୍କୁ ହାଇକୋର୍ଟ ମେଡ଼ିକାଲ କଲେଜ କର୍ତ୍ତୃପକ୍ଷ ମାରିଦେଇଛନ୍ତି । ନିହାର ଥିଲେ ଏମବିବିସଏସ ତୃତୀୟ ବର୍ଷ ଛାତ୍ର । ଗତାକଲି ଠାରୁ ନିହାରଙ୍କର ମୃତ୍ୟୁ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଘରକୁ କଲେଜ କର୍ତ୍ତୃପକ୍ଷ ଖବର ଦେଇନଥିଲେ । ଅନ୍ୟ ସୂତ୍ରରୁ ଖବର ପାଇ ଘର ଲୋକ ହାଇଟେକ କଲେଜରେ ପହଞ୍ଚିଥିଲେ । ରାତିସାରା ବସିଥିଲେ ମଧ୍ୟ କଲେଜ କର୍ତ୍ତୃପକ୍ଷର କାହାର ଦେଖାନାହିଁ ବୋଲି କହିଛନ୍ତି ପରିବାର ଲୋକ । ଏଥିରେ କଲେଜ କର୍ତ୍ତୃପକ୍ଷଙ୍କ ହାତ ଥିବା ସ୍ୱଷ୍ଟ ହେଉଛି ବୋଲି ପରିବାର ଲୋକ ପ୍ରକାଶ କରିଛନ୍ତି ।

ଏହାସହ ଇଂଟରନାଲ ପାଇଁ ତାଙ୍କୁ କଲେଜ ତରଫରୁ ୮ଲକ୍ଷ ଟଙ୍କା ମଗାଯାଇଥିଲା ବୋଲି ସାଂଘାତିକ ଅଭିଯୋଗ ଆସିଛି । ଆଉ ଏହି କାରଣ ଯୋଗୁଁ ମୃତ୍ୟୁ ଘଟିଛି ବୋଲି ପରିବାର ଲୋକେ କହୁଛନ୍ତି । କଲେଜ କର୍ତ୍ତୃପକ୍ଷ ନିହାରଙ୍କୁ ମାନସିକ ନିର୍ଯାତନା ଦେଇଥିବାରୁ ଏପରି ହୋଇଛି ବୋଲି ମଧ୍ୟ କୁହାଯାଉଛି । ନିର୍ଯାତନା ସହିନପାରି ପ୍ରତିଦିନ ଘରକୁ ଫୋନ କରି କନ୍ଦାକଟା କରୁଥିଲା ବୋଲି ମଧ୍ୟ ପରିବାର ବର୍ଗ କହୁଛନ୍ତି ।