ଭାରତରେ ଚାଲିବ ଦ୍ରୁତଗାମୀ ଟେଲଗୋ ଟ୍ରେନ୍

68

3ଭାରତରେ ବୁଲେଟ ଟ୍ରେନ ଚାଲିବା ପୂର୍ବରୁ ମିନି ବୁଲେଟ ଟ୍ରେନ ଅର୍ଥାତ ଟେଲଗୋ ଟ୍ରେନ ଚାଲିବାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆଉ କିଛିଦିନ ପରେ ଭାରତର ରେଳ ଲାଇନରେ ଟେଲଗୋର ଯାତ୍ରା ଆରମ୍ଭ ହୋଇଯିବ । ଭାରତୀୟମାନେ ଯାହା ସ୍ୱପ୍ନ ଦେଖୁଥିଲେ ତାହା ଏବେ ବାସ୍ତବ ହେବାକୁ ଯାଉଛି ।

ଭାରତରେ ଦ୍ରୁତଗାମୀ ଟ୍ରେନର ପରୀକ୍ଷଣ ସଫଳ ହୋଇଛି । ଇତିହାସ ରଚିଛି ଏହି ଦ୍ରୁତଗାମୀ ଟେଲଗୋ ଟ୍ରେନ । ସ୍ପେନରୁ ଅଣାଯାଇଥିବା ହାଇସ୍ପିଡ୍ ଟେଲଗୋ ଟ୍ରେନ୍ ଘଂଟାକୁ ହାରାହାରି ୧୫୦ କିମି ବେଗରେ ଗତି କରି ନିର୍ଧାରିତ ସମୟର ୧୨ ମିନିଟ୍ ପୂର୍ବରୁ ପହଁଚିପାରିଛି । ଦିଲ୍ଲୀ – ମୁମ୍ବାଇ ରୁଟରେ ଟେଲଗୋ ଟ୍ରେନର ୩ୟ ପରୀକ୍ଷଣ ସଫଳ ହୋଇଛି ।

4ଟ୍ରେନଟି ଗତକାଲି ଅପରାହ୍ନ ୨.୪୫ ମିନିଟରେ ଦିଲ୍ଲୀରୁ ଯାତ୍ରା ଆରମ୍ଭ କରି ଆଜି ସକାଳ ୨.୩୪ ମିନିଟରେ ମୁମ୍ବାଇରେ ପହଂଚିବା ପରେ ଆନନ୍ଦ ଖେଳିଯାଇଥିଲା । ସାଧାରଣତଃ ଅନ୍ୟ ଟ୍ରେନ ଗୁଡିକ ଦିଲ୍ଲୀରୁ ମୁମ୍ବାଇ ଯିବାକୁ ୧୬ ଘଂଟା ସମୟ ନେଉଥିବା ବେଳେ ଏହି ଟ୍ରେନଟି ନେଇଥିଲା ୧୨ ଘଂଟା ।

2ଦିଲ୍ଲୀରୁ ମୁମ୍ବାଇ ୧୪୦୦ କିଲୋମିଟର ହୋଇଥିବା ବେଳେ ରାଜଧାନୀ ଏକ୍ସପ୍ରେସ ୧୬ ଘଂଟାରେ ଏହି ଦୂରତାକୁ ଅତିକ୍ରମ କରୁଥିଲା । ଟେଲଗୋ ଟ୍ରେନରେ ୯ଟି ବଗି ସହ ପ୍ରତି ୪ଟି ସିଟି ପାଇଁ ଏଲଇଡି ଟିଭି, ଇୟର ଫେ୍ାନ, ଏବଂ ସୁରକ୍ଷା ପାଇଁ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ସ୍ପେନରୁ ଏହି ଟ୍ରେନ ଅଣାଯାଇ ଭାରତରେ ଚଳାଚଳ କରିବାର ଯୋଜନା ଜୋରସୋରରେ ଚାଲିଛି ।

ଦେଖନ୍ତୁ ଏହି ଭିଡିଓ –