ଆବଶ୍ୟକତା ଠାରୁ ଅଧିକ ଲୁଣ ଖାଉଛନ୍ତି କି ? ସାବଧାନ, ଅନେକ ରୋଗର ଶିକାର ହୋଇପାରନ୍ତି . .

66

କୁହାଯାଏ ଲୁଣ ବିନା ଖାଦ୍ୟର କୌଣସି ମାନେ ନଥାଏ । ଲୁଣ ବିନା ଖାଦ୍ୟର ସ୍ୱାଦ ନଥାଏ । ଖାଦ୍ୟରେ ଲୁଣର ଏକ ପ୍ରମୁଖ ଭୂମିକା ରହିଛି । ଖାଦ୍ୟରେ ଲୁଣ କମ ବ୍ୟବହାର ହୋଇଥିଲେ ତାହାକୁ ପୁନର୍ବାର ବ୍ୟବହାର କରାଯାଇ ପାରବ, କିନ୍ତୁ ଆବଶ୍ୟକତା ଠାରୁ ଅଧିକ ହୋଇଥିଲେ,ତାହାକୁ ଖାଇବା ସମ୍ଭବ ହୋଇନଥାଏ । ତେବେ ଅଧିକ ଲୁଣ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ କି ନୁହେଁ ଆସନ୍ତୁ ଜାଣିବା . . . .

excess Saltଡାକ୍ତରଙ୍କ କହିବା ଅନୁସାରେ ସୋଡିୟମ କ୍ଲୋରାଇଡ ବା ସାଧାରଣ ଲୁଣ ଆମ ଖାଦ୍ୟର ଏକ ମୁଖ୍ୟ ସ୍ରୋତ । ଏଥିରେ ୪୦ ପ୍ରତିଶତ ସୋଡିୟମ ଏବଂ ୬୦ ପ୍ରତିଶତ କ୍ଲୋରାଇଡରେ ତିଆରି ହୋଇଥାଏ । ଡାକ୍ତରଙ୍କ କହିବା ଅନୁସାରେ ସୋଡିୟମ ଏକ ଖଣିଜ ପଦାର୍ଥ ଯାହା ଶରୀର ପାଇଁ ନିତାନ୍ତ ଆବଶ୍ୟକ । ଏହା ଆମ ଶରୀରର ତରଳ ପଦାର୍ଥ ସନ୍ତୁଳନକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।

 

କାର୍ଡିଓଲୋଜିଷ୍ଟଙ୍କ କହିବା ଅନୁସାରେ ଡାଏଟ ସମୟରେ ତରଳ ପଦାର୍ଥର ନିୟନ୍ତ୍ରଣ ପାଇଁ ସୋଡିୟମର ଆବଶ୍ୟକତା ଥାଏ, କିନ୍ତୁ ଯେତିକି ପରିମାଣର ଲୁଣ ଖାଇଥାଉ ତାହା ଦରକାର ମୁତାବକ ହୋଇ ନଥାଏ । ଏହା ସୋଡିୟମ ଠାରୁ ଅଧିକ ହୋଇଥାଏ, ଯାହା ରକ୍ତଚାପ ସମସ୍ୟା ସୃଷ୍ଟି କରିଥାଏ । ଯେତେବେଳେ ଆମ ରକ୍ତରେ ଅତିରିକ୍ତ ସୋଡିୟମ ହୋଇଥାଏ, ସେତେବେଳେ ଏହା ଆମ ରକ୍ତ ବାହିକାରେ ଜଳକୁ ଆକର୍ଷିତ କରିଥାଏ । ଏହାଦ୍ୱାରା ଶରୀରରେ ରକ୍ତର ପରିମାଣ ବଢିଯାଏ, ଯାହା ଦ୍ୱାରା ଉଚ୍ଚ ରକ୍ତଚାପ ହୋଇଥାଏ । ବିଭିନ୍ନ ଅଧ୍ୟୟନରୁ ଜଣାପଡ଼ିଛି ଯେ ପ୍ରତିଦିନ ଖାଦ୍ୟରେ ଅଧିକ ଲୁଣ ମିଶାଇ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ହୋଇଥାଏ । ଏହା ଷ୍ଟ୍ରୋକର ମୁଖ୍ୟ କାରଣ ଏବଂ ହାର୍ଟ ଆଟାକର ପ୍ରମୁଖ କାରଣ ।

କମ ଲୁଣ ଖାଇବା ଦ୍ୱାରା ବିପଦର ଆଶଙ୍କା କମ ହୋଇଥାଏ । ଏହା ସହିତ କିଡନୀ ସମସ୍ୟା, ଅଷ୍ଟିଓପୋରୋସିସ ଏବଂ ପେଟ କର୍କଟ ରୋଗ ମଧ୍ୟ ହୋଇ ନଥାଏ । ଅଧ୍ୟୟନରୁ ଜଣାପଡ଼ିଛି ଯେ ଯେଉଁମାନେ ଦିନକୁ ୧୪ ଗ୍ରାମରୁ ଅଧିକ ଲୁଣ ଖାଇଥାଆନ୍ତି, ସେମାନଙ୍କର ହୃଦରୋଗ ହେବାର ଅଧିକ ସମ୍ଭାବନା ଥାଏ । ସାଧାରଣତଃ ପ୍ରତିଦିନ ୬ରୁ ୭ ଗ୍ରାମ ଲୁଣ ଖାଇବା ଦରକାର ଏବଂ ଉଚ୍ଚ ରକ୍ତଚାପରେ ପୀଡିତ ବ୍ୟକ୍ତିମାନେ ୪ ଗ୍ରାମରୁ କମ ଲୁଣ ଖାଇବା ଦରକାର । ଯାହା ଦ୍ୱାରା ଏକ ସୁସ୍ଥ ଜୀବନ ଗଠନ ହୋଇ ପାରିବ ।