ସିନ୍ଧୁ ନଦୀର ଜଳକୁ ନେଇ ଭାରତର ଉଚ୍ଚସ୍ତରୀୟ ଇଂଟର-ମିନିଷ୍ଟେରିଆଲ୍ ଟାସ୍କ ଫୋର୍ସ ବୈଠକ

53

ନୂଆଦିଲ୍ଲୀ: ପାକିସ୍ତାନ ସହ ହୋଇଥିବା ସିନ୍ଧୁ ଜଳ ରାଜିନାମାକୁ ନେଇ ଆଜି ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ ନୃପେନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଇଂଟର-ମିନିଷ୍ଟେରିଆଲ୍ ଟାସ୍କ ଫୋର୍ସ ବୈଠକ ବସିଥିଲା । ଏବଂ ଏହି ବୈଠକରେ ଜାମ୍ମୁ-କାଶ୍ମୀରରେ ପ୍ରସ୍ଥାବିତ ଜଳବିଦ୍ୟୁତ ପ୍ରକଳ୍ପକୁ ତ୍ୱାରାନ୍ୱିତ କରିବାକୁ ନେଇ ଆବଶ୍ୟକୀୟ ଭିତ୍ତିଭୂମି ସଂକ୍ରାନ୍ତରେ ଆଲୋଚନା ସହ ସିନ୍ଧୁ,ଝେଲମ ଓ ଚେନାବ ନଦୀରୁ ଜଳଧାରା ଅଣାଯିବାକୁ ନେଇ ଆଲୋଚନା କରାଯାଇଛି ।

ସୂଚନା ଅନୁସାରେ, ସିନ୍ଧୁ ଜଳକୁ ନେଇ ପାକିସ୍ତାନ ସହ ହୋଇଥିବା ରାଜିନାମା ଅନୁସାରେ ଭାରତ ନିଜର ପୂର୍ଣ୍ଣ ଅଧିକାରର ଫାଇଦା ଉଠାଇବାକୁ ବସିଛି । ତେଣୁ ଆଜି ଉକ୍ତ କାର୍ଯ୍ୟକୁ ତ୍ୱାରନ୍ୱିତ କରାଇବା ଉଦ୍ଦେଶରେ ପଞ୍ଜାବ, ଜାମ୍ମୁ ଓ କାଶ୍ମୀରକୁ ଏଥିରେ ଅନ୍ତର୍ଭକ୍ତ କରିବାକୁ ଏକ ଉଚ୍ଚସ୍ତରୀୟ ବୈଠକ କରାଯାଇଛି ।