ସମୁଦ୍ରରେ ଆସିବ ଉଚ୍ଚ ଜୁଆର ! ୨ରୁ ୩ ମିଟର ଉଚ୍ଚତାରେ ଆସିବ ଜୁଆର, ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ସର୍ତକ କଲା ପାଣିପାଗ ବିଭାଗ ।

64

କନକ ବ୍ୟୁରୋ : ବଙ୍ଗୋପସାଗରରେ ଆସିବ ବଡ଼ ଜୁଆର । ଆସନ୍ତାକାଲିଠାରୁ ଅର୍ଥାତ ୨୨ରୁ ୨୪ ଏପ୍ରିଲ ମଧ୍ୟରେ ଉଚ୍ଚ ଜୁଆର ଆସିବ । ପାଖାପାଖି ୨ରୁ୩ ମିଟର ଉଚ୍ଚର ଜୁଆର ଆସିବାର ସମ୍ଭାବନା ରହିଛି । ଆଉ ଏହି ଜୁଆରର ସମୟସୀମା ୧୭ରୁ ୨୨ ସେକେଣ୍ଡ ମଧ୍ୟରେ ରହିବ । ଏନେଇ ଆଜି ସର୍ତକ ସୂଚନା ଜାରି କରିଛି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ।

ଆଉ ଏଥିପାଇଁ ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସର୍ତକ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୁରୀ, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା ଓ ଗଞ୍ଜାମ ଜିଲ୍ଳା ପାଇଁ ସର୍ତକ ସୂଚନା ଜାରି କରିଛି ବିପର୍ଯ୍ୟୟ ପରିଚାଳନା ବିଭାଗ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ସମୁଦ୍ର ଭିତରକୁ ମତ୍ସ୍ୟଜୀବିଙ୍କୁ ଯିବାକୁ ବାରଣ କରାଯାଇଛି । ଏପରିକି ସମୁଦ୍ର ଭିତରେ ଥିବା ଡଙ୍ଗାକୁ ପରସ୍ପର ଠାରୁ ଦୂରେଇ ରହିବାକୁ କୁହାଯାଇଛି । କେରଳ ଓ ପଶ୍ଚିମବଙ୍ଗରେ ଏହାର ପ୍ରଭାବ ଅଧିକ ଦେଖିବାକୁ ପଡିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।