ଥମୁନି ସାବରିମାଳା ବିବାଦ ! ୫୨ବର୍ଷିୟ ମହିଳାଙ୍କ ଆଧାରକାର୍ଡ ଦେଖି ମନ୍ଦିରକୁ ଛାଡିଲେ ବିକ୍ଷୋଭକାରୀ ।

121

କନକ ବ୍ୟୁରୋ : ସାବରିମାଳା ମନ୍ଦିର ଖୋଲିବା ମାତ୍ରେ ପ୍ରତିଦିନ ନୂଆ ନୂଆ ବିବାଦ ସାମ୍ନାକୁ ଆସୁଛି । ଆଜି ଜଣେ ୫୨ବର୍ଷିୟ ମହିଳା ମନ୍ଦିରକୁ ଯିବା ପାଇଁ ଉଦ୍ୟମ କରୁଥିବା ସମୟରେ ତାଙ୍କୁ ବିକ୍ଷୋଭକାରୀମାନେ ଅଟକାଇବାକୁ ଚେଷ୍ଟା କରିଥିଲେ । ତାଙ୍କର ବୟସ ୫୨ ବୋଲି ଆଧାର କାର୍ଡ ଦେଖାଇ ପ୍ରମାଣ ଦେବାକୁ ପଡିଥିଲା ମହିଳାଙ୍କୁ । ଆଉ ଆଧାରକାର୍ଡ ଦେଖାଇବା ପରେ ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ଦିଆଯାଇଥିଲା ।

ସେହିପରି ଆନ୍ଧ୍ରପ୍ରଦେଶରୁ ଆସିଥିବା ୧୨ଜଣ ଦର୍ଶାନାର୍ଥୀଙ୍କୁ ମଧ୍ୟ ବୟସ ଦୃଷ୍ଟିକୋଣରୁ ଅଟକାଯାଇଥିଲା । ତେବେ ସେମାନେ ୫୦ବର୍ଷ ଉଦ୍ଧ୍ୱର୍ ଜଣାପଡିବା ପରେ ସେମାନଙ୍କୁ ଛଡାଯାଇଥିଲା । ଆଜି ମନ୍ଦିର ଚାରିକଡେ କଡା ସୁରକ୍ଷା ବଳୟ ଥିବା ସତ୍ୱେ ଉତ୍ତେଜନାମୂଳନ ପରିସ୍ଥିତି ସୃଷ୍ଟି ହୋଇଛି । ଏଥିରେ କିଛି ମିଡିଆକର୍ମୀ ମଧ୍ୟ ଆହତ ହୋଇଛନ୍ତି । ଏହାପରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଦ୍ୱିତୀୟ ଥର ପାଇଁ ଆୟପ୍ପାଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପାଇଁ ମନ୍ଦିର କବାଟ ଖୋଲାଯାଇଛି । ହଜାର ହଜାର ଭକ୍ତଙ୍କ ସମାଗମ ହେଉଛି ।