ବିଧାୟକ ସନାତନ ମହାକୁଡଙ୍କୁ ଝଟକା : ବୋହୂ ବିବାଦ ମାମଲାରେ ଏତଲା ରଦ୍ଦ ଆବେଦନକୁ ଖାରଜ କଲେ ହାଇକୋର୍ଟ

144

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କୁ ଝଟକା । ବୋହୂ କବିତା ମହାକୁଡ ବିବାଦ ମାମଲାରେ ସନାତନଙ୍କ ଏତଲା ରଦ୍ଦ ଆବେଦନକୁ ଖାରଜ କଲେ ହାଇକୋର୍ଟ । ମାମଲା ଚାଲିଥିବାରୁ ଏତଲା ରଦ୍ଦ ପାଇଁ କୋର୍ଟ ମନା କରିଛନ୍ତି ।

ସେପଟେ ଆଜି ମହିଳା ଥାନାରେ ହାଜର ହୋଇ ପାରନ୍ତି ପଙ୍କଜ ମହାକୁଡ । ଝିଅର ପିତୃତ୍ୱର ପ୍ରମାଣ ପାଇଁ ପୂର୍ବରୁ ଡିଏନଏ ଟେଷ୍ଟ କରିବାକୁ ଦାବି କରିଥିଲେ କବିତା ମହାକୁଡ। ଡିଏନଏ ଟେଷ୍ଟ ପାଇଁ  ପଙ୍କଜ ମହାକୁଡଙ୍କୁ ପୂର୍ବରୁ ନୋଟିସ କରାଯାଇଥିଲା । କବିତା ପଙ୍କଜର ସ୍ତ୍ରୀ ବୋଲି ଦାବି କରୁଥିବାବେଳେ ସନାତନ ଓ ତାଙ୍କ ପରିବାର ପକ୍ଷରୁ ବାରମ୍ବାର ଏହାକୁ ଖଣ୍ଡନ କରି ଆସୁଛନ୍ତି । ଗତ ସପ୍ତାହରେ ଏହି ମାମଲାରେ ମହିଳା ଥାନାରେ ହାଜର ହୋଇଥିଲେ ସନାତନ ମହାକୁଡ।