ଫୋନି ପାଇଁ ବନ୍ଦ ରହିବ ହାଇକୋର୍ଟ । ଜାଣନ୍ତୁ କେଉଁ ଦୁଇ ଦିନ ହାଇକୋର୍ଟ ରହିବ ବନ୍ଦ?

213

କନକ ବ୍ୟୁରୋ : ଛାତିରେ ଛନକା ଭରୁଛି ବାତ୍ୟା ଫୋନି । ଆସନ୍ତା ଶୁକ୍ରବାର ସନ୍ଧ୍ୟା ୫ଟା ୩୦ ମିନିଟରେ ପୁରୀ ଉପକୂଳ ଛୁଇଁବ ଫୋନି । ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି । ଫୋନିର ମୁକାବିଲା ପାଇଁ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ତୁହାକୁ ତୁହା ବୈଠକ ବସୁଥିବା ବେଳେ ସ୍ଥାନାନ୍ତର ପ୍ରକିୟା ଉପରେ ଗୁରୁତ୍ୱ ଦିଆଯାଇଛି ।

ଏସବୁ ଭିତରେ ସାମୁଦ୍ରିକ ଝଡ ଫୋନି ପାଇଁ ଆଗାମୀ ୨ ଦିନ ଯାଏଁ ହାଇକୋର୍ଟ ବନ୍ଦ ରହିବ । ହାଇକୋର୍ଟ ବନ୍ଦ ନେଇ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ କଟକ ବାର ଆସୋସିଏସନ୍ ଏବଂ କ୍ରିମିନାଲ କୋର୍ଟ ବାର ଆସୋସିଏନ ପକ୍ଷରୁ ଅନୁରୋଧ କରାଯାଇଥିଲା। ବାର୍ ଆସୋସିଏସନର ଅନୁରୋଧ କ୍ରମେ ହାଇକୋର୍ଟ ୨ ଦିନ ଯଥାକ୍ରମେ ମେ’ ୨ ଓ ୩ ତାରିଖ ଛୁଟି ରହୁଥିବା ଜଣାପଡ଼ିଛି।